May 10, 2026

ଝଙ୍କଡ଼ ଶାରଳା ଙ୍କ ପୀଠ ରେ, ଜଗନ୍ନାଥ ମହୋତ୍ସବ ୨୦୨୫ ର ଉଦଘାଟନ କଲେ, ଗଜପତି ଦିବ୍ୟସିଂହ ଦେବ ମହାରାଜ ..

IMG-20250306-WA0003
Share

 

ଝଙ୍କଡ଼ ତା ୦୫/୦୩/୨୦୨୫

 

ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଦ୍ୱାଦଶ ବାର୍ଷିକ, ଜଗନ୍ନାଥ ମହୋତ୍ସବ ୨୦୨୫ ର ଶୁଭ ଉଦଘାଟନ ଉତ୍ସବ ଗତ ବୁଧବାର ସନ୍ଧ୍ୟାରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃ ସମୟରେ ମାଆଙ୍କ ପୂଜାର୍ଚ୍ଚନା, ମଧ୍ୟାହ୍ନରେ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା, ମନ୍ଦିର ସିଂହଦ୍ବାର ସମ୍ମୁଖସ୍ଥ ଦୋଳ ମଣ୍ଡପରେ ବିଶ୍ଵଶାନ୍ତି ମହାଯଜ୍ଞ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୨୪ ବେଶ ଦର୍ଶନ , ୫୬ ଭୋଗ ମଣ୍ଡପ ପ୍ରଦର୍ଶନ, ଶ୍ରୀ ଜଗନ୍ନାଥ ପୁସ୍ତକ ମେଳା , ମହlମନ୍ତ୍ର ନାମ ସଙ୍କୀର୍ତ୍ତନ ଆଦି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଅଂଶ ଗ୍ରହଣ କରିଥିଲେ l ସନ୍ଧ୍ୟାରେ , ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ବିଦ୍ୟସିଂହ ଦେବ ମହାରାଜ, ସାରଳାପୀଠରେ ପଦାର୍ପଣ କରିବାପରେ, ମା ସାରଳା ଠାକୁରାଣୀ ଙ୍କ ଦିବ୍ୟ ଦର୍ଶନ କରି, କର୍ପୂର ଆଳତୀ, ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ, ମନ୍ଦୀର ବେଢ଼ା ପରିକ୍ରମା କରିବା କରି ଥିଲେ ।ନିରାଡମ୍ବର ଭାବରେ ମଞ୍ଚାସିନ ହେବା ମାତ୍ରେ, ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ମଞ୍ଚ ଉପରେ ମଧ୍ୟ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ବେଦ ଧ୍ଵନୀ ଏଠାରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା l ଅନୁଷ୍ଠାନର ମାର୍ଗଦର୍ଶକ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ଉଦ୍ଘାଟକ ତଥା ମୁଖ୍ୟଅତିଥି ଠାକୁର ରାଜାଙ୍କ ସମେତ ପୁରୀ ଝଞ୍ଜପିଟା ମଠର ଅଧ୍ୟକ୍ଷ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ଭୁବନେଶ୍ବର ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର କମିଟିର ଅଧକ୍ଷ ମହନ୍ତ ରାମକୃଷ୍ଣ ଦାସ ମହାରାଜ ଙ୍କୁ ମଞ୍ଚ କୁ ସ୍ଵାଗତ କରିଥଲେ l ସମାଜର ଓ ବ୍ୟକ୍ତିର ପରିବର୍ତ୍ତନ ପାଇଁ ଆଧ୍ୟାତ୍ମିକ ଶାସ୍ତ୍ରର ଅନୁଶୀଳନର ଆବଶ୍ୟକତା ରହିଛି l ଏହାଦ୍ବାରା ମନରେ ,ହୃଦୟରେ ଓ ଅନ୍ତରରେ ଭକ୍ତିଭାବ ଉଦ୍ରେକ ହୋଇପାରିବ l ପ୍ରଥମ ଥର ପାଇଁ ଶାରଳା ପୀଠରେ ଏହି ପଞ୍ଚରାତ୍ର କାର୍ଯକ୍ରମ ଆୟୋଜନ କ୍ଷେତ୍ରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କର୍ ଏହି ଅଭିନବ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ ଓ ଅଭୀନନ୍ଦନୀୟ ବୋଲି ଠାକୁର ରାଜl ଦିବ୍ୟସିଂହ ଦେବ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ l ଏହି ଅବସରର ବରିଷ୍ଟ ଆଇନଜୀବୀ ଦେବସ୍ନାନ ଦାସଙ୍କ ସମେତ କେତେକ ବିଷିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।