April 29, 2026

ମୌଳିକ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ 

IMG-20241020-WA0035
Share

ବୁଗୁଡା : ତା ୨୦/୧୦/୨୪ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୧ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଆନୁକୁଲ୍ୟରେ ମୌଳିକ ସାକ୍ଷରତା ପରୀକ୍ଷା-୨୦୨୪ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ଯେକ ଆଞ୍ଚଳିକ ସାଧନ କେନ୍ଦ୍ର ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ହିସାବରେ ୧୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ଏକ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିବା ଜଣାଯାଇଛି। କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା ୧୫ରୁ ୩୫ ବର୍ଷ ବୟସ ମଧ୍ୟରେ ରହିଥିବା ବ୍ଯକ୍ତିମାନେ ହିଁ ଏହି ମୌଳିକ ସାକ୍ଷରତା ପରୀକ୍ଷା ଦେଇଥିଲେ। ପ୍ରତ୍ଯେକ ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିବା ନିମନ୍ତେ ଚାରି ଜଣ ସ୍ବେଚ୍ଛାସେବୀ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ବିଇଓ ଚିନ୍ମୟ ମହାପାତ୍ର ପର୍ଯ୍ଯବେକ୍ଷକ ଦାୟିତ୍ବ ନିର୍ବାହ କରିଥିଲେ। ଏ ପ୍ରରିପ୍ରେକ୍ଷୀରେ ମାଣିତରା ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ସଙ୍କୁରୁ ଗ୍ରାମସ୍ଥିତ ଶ୍ରୀ ଭାଗବତ ସ୍ଵାମୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୮୫ ଜଣ ପରୀକ୍ଷା ଦେଇଥିଲେ। ଉକ୍ତ କେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ସିଆରସିସି ଶଶୀକାନ୍ତ ପାତ୍ର ଓ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ବାଇଁଙ୍କ ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

You may have missed