April 27, 2026

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ସାର୍ପ ଏଜୁକେସନ୍ ର ପୁର୍ବତନ ଛାତ୍ର ଅବିନାଶ ..

IMG-20241020-WA0023
Share

 

ବେଲଗୁଣ୍ଠା-୨୦/୧୦-ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୨ ଫଳାଫଳ ଆସିଯାଇଛି । ଓଡ଼ିଶାର ବିଭିନ୍ନ ଅଂଚଳରୁ ବହୁ ବହୁ ମେଧାବୀ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ବେଲଗୁଣ୍ଠାର ପ୍ରମୁଖ କୋଚିଂ ସେଣ୍ଟର ସାର୍ପ ଏଜୁକେସନ୍ ଓ ସରସ୍ଵତୀ ଶିଶୁ ବିଦ୍ୟା ଭବନର ପୁର୍ବତନ ଦଶମ ଶ୍ରେଣୀ ଛାତ୍ର ଅବିନାଶ ପଣ୍ଡା ଏଥିରେ ପ୍ରଥମ ପ୍ରଚେଷ୍ଟାରେ ୨୫୯ ରାଙ୍କ ରେ କୃତକାର୍ଯ୍ୟ ହୋଇ ବେଲଗୁଣ୍ଠା ସମେତ ଘୁମସରର ଗୌରବ ବଢାଇଛନ୍ତି । ଅବିନାଶ ଗଞ୍ଜାମ ଜିଲ୍ଲାର ରୁଢାପଦର ଗ୍ରାମର ଅଶୋକ ପଣ୍ଡା ଓ ଭାଗ୍ୟ ଲତା ପତିଙ୍କ ସୁପୁତ୍ର ହୋଇଥିବା ବେଳେ ବେଲଗୁଣ୍ଠା ର ପ୍ରମୋଦ ଚନ୍ଦ୍ର ପତିଙ୍କ ନାତି ଅଟନ୍ତି ।ବେଲଗୁଣ୍ଠାର ୨୦୧୫-୧୬ ଶିକ୍ଷା ବର୍ଷରେ ସେ ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ଭବନ ରୁ ଦଶମ ଶ୍ରେଣୀ ପାସ୍ କରିଥିବା ବେଳେ ସାର୍ପ ଏଜୁକେସନ୍ ରେ କୋଚିଂ ନେଉଥିଲେ ।ଓ.ପି.ଏସ୍.ସିରେ କୃତକାର୍ଯ୍ୟ ହେବା ପରେ ଅବିନାଶ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସାର୍ପ ଏଜୁକେସନ୍ ମୁଖ୍ୟ ସତ୍ୟ ନାରାୟଣ ସିଅ ଓ ସରସ୍ୱତୀ ଶିଶୁ ବିଦ୍ୟା ଭବନର ସମ୍ପାଦକ ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ଅବିନାଶ ପୁର୍ବରୁ ଜଣେ ଅତ୍ୟନ୍ତ ମେଧାବୀ, ଶୃଙ୍ଖଳିତ ଛାତ୍ର ଥିବା ବେଳେ ତାଙ୍କର ଏହି ସଫଳତା ଆମ ଅନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ସାର୍ପ ଏଜୁକେସନ୍ ମୁଖ୍ୟ ସତ୍ୟ ନାରାୟଣ ସିଅ ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ