ଆଜିର ଖବର..
୧-୨୦୨୨ ଓଏଏସ ପରୀକ୍ଷା ଫଳ – ସମୁଦାୟ ୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ,୨୬ ଜଣଙ୍କ ପ୍ରାର୍ଥୀତ୍ୱ ରଦ୍ଦ।ପ୍ରଥମ ସ୍ଥାନରେ ଅଛନ୍ତି ଶ୍ୱେତାଶ୍ରୀ ମହାପାତ୍ର।
୨-ଆଗାମୀ ବର୍ଷ ଓଡ଼ିଶାରେ ହେବ ପାଞ୍ଚ ଲକ୍ଷ କୋଟିର ନିବେଶ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
୩-ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା।
୪-ବାତ୍ୟାମାଡ଼ରୁ ବର୍ତ୍ତିଯିବ ଓଡ଼ିଶା, ତାଜା ଆକଳନ କଲା GFS ମଡେଲ୍।
୫-ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ; ୨ ଦିନରେ ଗାଇଡ୍ ଲାଇନ୍ ଆଣିବେ ସରକାର:ପଞ୍ଚାୟତିରାଜ ମନ୍ତ୍ରୀ।
୬-ବରଗଡ଼: ଜାନୁୟାରୀ ୩ରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା।
୭-ଜାନୁଆରି ୮ରୁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ। ଗଠନ ହେଲା କମିଟି, ମୁଖ୍ୟ ସଚିବଙ୍କ ସମୀକ୍ଷା।
୮-ପୁରୀ:ଆକ୍ରମଣକାରୀଙ୍କୁ ଶ୍ରୀମନ୍ଦିର ମନା,ନିଲମ୍ବିତ ହେଲେ ପନ୍ତିବଡ଼ୁ ସେବକ।
୯-ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ୬୫ ବର୍ଷ ବୟସରେ ପରଲୋକ।
୧୦-ଖଲ୍ଲିକୋଟ ଥାନା ଅଞ୍ଚଳରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ହୋଇ ୬ ଜଣ ଗୁରୁତର
୧୧-ରାଉରକେଲା:ରେଲୱେ ଜେଇଙ୍କ ହାତଗୋଡ ବାନ୍ଧି ସଶସ୍ତ୍ର ଡକାୟତି, ଲୁଟି ନେଲେ ୩୫ଭରିରୁ ଅଧିକ ସୁନା।
୧୨-୨୨ ତାରିଖ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ।
୧୩-ଭୁବନେଶ୍ୱର:୧୨ ଜିଲ୍ଲାରେ ନାହାଁନ୍ତି CDMO, ପ୍ରଶାସନିକ କାମ ଆଗେଇ ପାରୁନାହିଁ।
୧୪-ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୩ ଓ ୨୪ ଓଡ଼ିଶାରେ ରହିବେ।
୧୫-ଶ୍ରୀକ୍ଷେତ୍ରରେ ମହାକାର୍ତ୍ତିକ ବ୍ରତ: ୪ଟି ଶିବିରରେ ରହି ବ୍ରତ ପାଳନ କରୁଛନ୍ତି ହବିଷିଆଳୀ।
୧୬-ବିଜୟା ରାହତକର ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ନିଯୁକ୍ତ।
୧୭-ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବ ରେଳବାଇ।
୧୮-ବେଙ୍ଗାଲୁରୁ ଟେଷ୍ଟରେ ଭାରତର କମବ୍ୟାକ୍ । ୧୫୦ ରନ କରି ସମ୍ମାନ ରଖିଲେ ସରଫରାଜ,ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନର ଟାର୍ଗେଟ୍।
୧୯-ଅକ୍ଟୋବର ୨୨ରେ ଋଷ ଯିବେ ପ୍ରଧାନମନ୍ତ୍ରୀ । ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ, ନିମନ୍ତ୍ରଣ କରିଥିଲେ ଋଷ ରାଷ୍ଟ୍ରପତି।
୨୦-ହେମନ୍ତ ସୋରେନଙ୍କ ବଡ଼ ଘୋଷଣା: ଇଣ୍ଡିଆ ମେଣ୍ଟ ସହ ମିଶି ନିର୍ବାଚନ ଲଢ଼ିବ ଜେଏମ୍ଏମ୍।
୨୧-ବଢୁଛି ବିମାନରେ ବୋମା ଧମକ ମାମଲା । ଭିସ୍ତାରା ଓ ଏୟାର ଇଣ୍ଡିଆ ପରେ ଏକସଙ୍ଗେ ୧୦ ବିମାନକୁ ଧମକ
୨୨-ପୂର୍ବ ଲେବାନନରେ ଇସ୍ରାଏଲ ଆକ୍ରମଣରେ ମେୟରଙ୍କ ସମେତ ୪ ମୃତ।
*🙏 ସୁପ୍ରଭାତ 🙏*