ବାବା ବଟେଶ୍ୱର ପୀଠରେ ବାଲି ଯାତ୍ରା ପାଇଁ ପ୍ରସ୍ତୁତ ବୈଠକ ..
ଗଂଜାମ ବ୍ଲକ୍ ଅନ୍ତର୍ଗତ କଣ୍ଟିଆ ଗଡ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର୍ ମନ୍ଦିର ରେ କାର୍ତିକ ପୁର୍ଣିମା ରେ ବାଲି ଯାତ୍ରା ଓକାର୍ତିକ ମାସ ସୋମବାର ଗୁଡିକ ରେ ଭକ୍ତ ପ୍ରବଳ ଭିଡ଼ ଦୃଷ୍ଟି ରେ ରଖି ଶନିବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଗଂଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ମଲ୍ଲିକ , ତହସିଲ ଦାର କୁଞ୍ଜ ବିହାରୀ ବଡ଼ ଜେନା, ହୁମା ଫାଣ୍ଡି ଏସ ଆଇ, ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଉପ ସଭାପତି ଶବର ତରାଇ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ,ସମ୍ପାଦକ ରଞ୍ଜିତ କୁମାର ପଲାଇ, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପୂର୍ବତନ ସରପଞ୍ଚ ତଥା କମିଟି ଉପଦେଷ୍ଟା ଦିଲୀପ ଛୋଟରାୟ ,ଯାତ୍ରା ର ଆଭିମୁଖ୍ୟ ଓ ସମସ୍ୟା ସମ୍ପର୍କ ରେ ପ୍ରଶାସନ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଅତିଥି ମାନେ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ହୋଇପାରିବ ସେ ଉପରେ ସୁଚିନ୍ତିତ ନିଜର ମତାମତ ଦେଇଥିଲେ l ମୁଖ୍ୟତଃ ଭାବେ ଟ୍ରାଫିକ ବ୍ୟବସ୍ଥା ଠିକ କରିବା,ସମୁଦ୍ର କୂଳ ରେ ଫାଏ ର ବିଭାଗ କର୍ମଚାରୀ ରହିବା, ଶୃଙ୍ଖଳିତ ଭାବେ ଭକ୍ତ ଙ୍କ ଠାକୁର ଦର୍ଶନ, ତଥା ଅନ୍ୟାନ ସମସ୍ୟା ପ୍ରତି ଦୃଷ୍ଟି ସହ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଅଧିକାରୀ ମାନେ ମତ ଦେଇଥିଲେ l କୋଷାଧକ୍ଷ ନିରାକାର ଜେନା ପବିତ୍ର ସ୍ୱାଇଁ,ଧର୍ମରାଜ ସ୍ୱାଇଁ,ପୀତବାସ ବେହେରା ବୃନ୍ଦାବନ ପ୍ରଧାନ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ତ୍ରିନାଥ ରେଡି, ଯୁଧିଷ୍ଠିର ଏଲିଗା, ଟିକି,ଶିବ ରାମ ପଲାଇ,ସଞ୍ଜୟ ତରାଇ, କିଶୋର ପ୍ରଧାନ, ରବୀନ୍ଦ୍ର ପଲେଇ,ଆର କୃଷ୍ଣ ଚନ୍ଦ୍ର ରେଡି, ଶିବରାମ ରେଡି, ଭୀମ ସାହୁ, ପ୍ରଦୀପ ଜେନା,ଙ୍କ ସମେତ ପ୍ରମୁଖ ସମେତ ଏଥିରେ ଛଅ ଖଣ୍ଡ ଗ୍ରାମବାସୀ ତଥା କଣ୍ଟିଆଗଡ,ନିଲାଦ୍ରିପୁର,ଖଟୁଆ କୁଦା, ପୋଡମ ପେଟା, ମୟୂର ପଦା,ଗୋଖର କୁଦା ଗ୍ରାମ ବାସୀ ମନେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥଲେl
( ପ୍ରଦୀପ କୁମାର ପଣ୍ଡା )