November 15, 2024

ଉମରକୋଟ ଅନ୍ତର୍ଗତ ଭାରତମାଳା ଜାତୀୟ ରାଜପଥ ଉଦଘାଟନ ନ ହେବା ପୂର୍ବରୁ ରାସ୍ତା କେଉଁଠି ଦବି ଗଲାଣି ତ କେଉଁଠି ପିଚୁ ଉଠି ଗଲାଣି…….…

Share

 

* ମକା ବ୍ୟବସାୟୀ ଙ୍କ କବଜାରେ ରେ ଜାତୀୟ ରାଜପଥ

* ସନ୍ଧ୍ୟା ହେଲେ ମଦ୍ୟପ ଙ୍କ ଆଡ୍ଡା ସ୍ଥଳୀ

 

ଉମରକୋଟ :-(ଏମ.ଦିନା°ଶୁ ଆଚାରୀ) ବହୁ ପ୍ରତିକ୍ଷିତ ରାୟପୁର ରୁ ବିଶାଖାପାଟଣା ସହର କୁ ସଂଯୋଗ କରୁଥିବା କେନ୍ଦ୍ର ସରକାରଙ୍କ ଭାରତମାଳା ରାସ୍ତା ପ୍ରକଳ୍ପ ର ଉଦଘାଟନ ନ ହେବା ପୂର୍ବରୁ ରାସ୍ତା ତ କେଉଁଠି ଦବି ଗଲାଣି ତ କେଉଁଠି ପିଚୁ ଉଠି ଗଲାଣି। ବିଶେଷ କରି ଉମରକୋଟ ରୁ ରାଇଘର ମଧ୍ୟରେ ଥିବା ୨୫ କିଲୋମିଟର ରାସ୍ତା ମଝିରେ ବହୁ ସ୍ଥାନ ରେ ପିଚୁ ଉଠି ଗଲାଣି ତ କେଉଁଠି ରାସ୍ତା ଦବି ଗଲାଣି। ଏଥି ପାଇଁ ନିମ୍ନ ମାନର କାର୍ଯ୍ୟକୂ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ଓ ବିଶେଷଜ୍ଞ ମାନେ। ଏହି ରାସ୍ତା ଦେଇ ବାଇକ ଓ କାର ବହୁ ମାତ୍ରାରେ ଚଳାଚଳ କରୁଛି। କାରଣ ବେହେଡା ଠାରୁ ରାଇଘର ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବାରୁ ପ୍ରବଳ ଧୂଳି ଉଡୁ ଥିବାରୁ ଲୋକେ ସେହି ରାସ୍ତା ଦେଇ ଯିବା ପାଈଁ ପସନ୍ଦ କରୁନାହାଁନ୍ତି। ଏହି ଭାରତମାଳା ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଅପର ପକ୍ଷେ ଏହି ରାସ୍ତା ଟି ସମ୍ପୂର୍ଣ୍ଣ ଭାବେ ମକା ବ୍ୟବସାୟୀ ମାନେ କବଜା କରି ରଖିଛନ୍ତି। ବର୍ତମାନ ମକା ଅମଳ ସମୟ ହେଇଥିବାରୁ ରାସ୍ତା ସାରା ମକା ସୁଖା ଯାଉଛି। ଫଳ ରେ ଗୋଟିଏ ରାସ୍ତା ଦେଇ ଯାନବାହାନ ଯିବା ଆସିବା କରୁଥିବାରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିବାର ଲାଗିଛି।ବର୍ତ୍ତମାନ ସୁଦ୍ଧା ୨ ଜଣ ଙ୍କର ମୃତ୍ୟୁ ଘଟିବା ସହ ବହୁ ସଂଖ୍ୟାରେ ହତାହତ ମଧ୍ୟ ହେଇ ସାରିଲେଣି। ସନ୍ଧ୍ୟା ହେବା ମାତ୍ରେ ବହୁ ସଂଖ୍ୟାରେ ଯୁବକ ମାନଙ୍କ ପାଇଁ ମଦ ଅ।ସର ଦେଖିବାକୁ ମିଳୁଛି। ଅପର ପକ୍ଷେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଇନି କିନ୍ତୁ ରାସ୍ତା ର ଡିଭାଇଡର

ରେ ଲଗା ଯାଇଥିବା ରେଡିୟମ ଲାଗିଥିବା ପ୍ଲାଷ୍ଟିକ ପିଲାର ଗୁଡ଼ିକ ଭାଙ୍ଗି ଗଲାଣି। ଏପରି କି କିଲୋମିଟର ଲେଖା ଯାଇଥିବା ବୋର୍ଡ ଗୁଡ଼ିକ ମଧ୍ୟ ଭାଙ୍ଗି ଗଲାଣି। ଏପରି କି ରାଜ ପଥରେ ଲାଗିଥିବା ଗୋଟିଏ ବୋର୍ଡ ରେ କୁନ୍ଦେଇ ଗାଁ ର ନାମ ଲେଖା ଯିବା ପରିବର୍ତ୍ତେ କୁଣ୍ଡେଇ ବୋଲି ଲେଖାଯାଇଛି। ଏପରି ତ୍ରୁଟି କୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି। ଉଦ୍ଧଘାଟନ ନ ହେବା ପୂର୍ବରୁ ରାସ୍ତା ର ଅବସ୍ଥା ଯଦି ଏପରି ରାସ୍ତା ସମ୍ପୂର୍ଣ୍ଣ କାର୍ଯ୍ୟ କ୍ଷମ ହେଲେ ଏହି ରାସ୍ତା ସ୍ଥାୟୀତ୍ବ କୁ ନେଇ ଉଠୁଛି ପ୍ରଶ୍ନ ବାଚି। ବିଶେଷ କରି କେନ୍ଦ୍ର ସରକାରଙ୍କ ଜାତୀୟ ରାଜ ପଥ ର ନିର୍ମାଣ କାର୍ଯ୍ୟରେ କୌଣସି ସାଲିସ କରା ଯାଇ ନ ଥାଏ। କିନ୍ତୁ ଏଠି କାହିଁକି ବ୍ୟତିକ୍ରମ ହେଲା ତାହାର ତଦନ୍ତ ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି। ବିଭାଗୀୟ କୌଣସି ଅଧିକାରୀ ଙ୍କ ଅନୁପସ୍ଥିତ ଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ। ତୁରନ୍ତ ଏହି ପ୍ରକଳ୍ପରେ ନିୟୋଜିତ ଜାତୀୟ ରାଜପଥର ବରିଷ୍ଠ ଅଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତା ର ସଠିକ ନିର୍ମାଣ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି।