ଉମରକୋଟ ଅନ୍ତର୍ଗତ ୟୂଭି ୫୨ନମ୍ୱର୍ ପ୍ରସିଦ୍ଧ କାଳୀପୂଜା ପାଇଁ ପ୍ରସ୍ତୁତି
ଉମରକୋଟ:-୧୭/୧୦/୨୪
(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ପ୍ରସିଦ୍ଧ ୟୁଭି ୫୨ ନମ୍ବର କାଳୀ ପୂଜା ସାରା ଓଡ଼ିଶା ରେ ପ୍ରସିଦ୍ଧ।ପ୍ରତି ବର୍ଷ ବହୁ ଧୁମ୍ ଧାମ ରେ ଏଠାରେ ମାଁ କାଳୀଙ୍କ ପୂଜା ପାଳିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ୟୁଭି ୫୨ ରେ କାଳୀ ପୂଜା ବହୁ ଆଡମ୍ବର ରେ ପାଳିତ ହେବ । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ୟୁଭି ୫୨ ସ୍ତିତ କାଳୀବାଡି ଠାରେ ଅନୁଷ୍ଠିତ ହୋଇ ଯାଇଛି । ପୂଜା ସମୟ ରେ କିପରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରାଯିବ, ଭକ୍ତ ମାନେ କିପରି ସୁରୁଖୁରୁ ରେ ମାଁ ଙ୍କ ଦର୍ଶନ କରିବା ସହ ମୀନା ବଜାର ର ମଜା ନେଇ ପାରିବେ, ଗଣ୍ଡଗୋଳ ସହ ଅସାମାଜିକ କାର୍ଯ୍ୟକଳାପ କିପରି ରୋକା ଯାଇ ପାରିବ, ଟ୍ରାଫିକ ବ୍ୟବସ୍ଥା ର ସୁପରିଚାଳନା ସହ ଯାନ ବାହନ ର ପାର୍କିଂ ର କିପରି ସୁ ପରିଚାଳନା କରାଯାଇ ପାରିବ ଏ ସମସ୍ତ ବିଷୟ ରେ ଆଲୋଚନା କରା ଯାଇଥିଲା । ବିଭିନ୍ନ ସମସ୍ୟା କୁ କିପରି ସମାଧାନ କରାଯାଇ ପାରିବ ତାକୁ ଆଖି ଆଗରେ ରଖି ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏହି କମିଟି ର ସଭାପତି ଭାବରେ ଯୁବ ନେତା ତଥା ୟୁଭି ୫୨ ଗ୍ରାମ ର କାଉନ୍ ସିଲର ମୁନା ପାଢ଼ୀ ଙ୍କୁ ଚୟନ କରାଯାଇଥିବା ବେଳେ ବରିଷ୍ଠ ସାମ୍ବାଦିକ କୃଷ୍ଣ ପ୍ରସାଦ ପଟ୍ଟନାୟକ ଏବଂ ଅଶୋକ ପ୍ରଧାନ ଙ୍କୁ ଉପ ସଭାପତି, ବରିଷ୍ଟ ସାମ୍ବାଦିକ ସଂଜିତ୍ ବିଶ୍ୱାସ ଙ୍କୁ ସମ୍ପାଦକ, ବରିଷ୍ଟ ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କୁ ମନୋନୀତ କରାଯାଇଛି । ସେହିପରି ବରିଷ୍ଟ ଓକିଲ ଝାଡେଶ୍ୱର ମହାନ୍ତି ଓ ତପନ ଦେବନାଥ ଙ୍କୁ ଆଇନ ପରାମର୍ଶ ଦାତା ଭାବରେ ଚୟନ କରାଯାଇଥିଲା । ଉପଦେଷ୍ଠା କମିଟି ରେ ବରିଷ୍ଟ ନେତା ଜୟଦେବ ପରିଡ଼ା, ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ, କୃପରମ୍ ସାହୁ ,ସଞ୍ଜୟ ମଣ୍ଡଳ , ଗୋବର୍ଦ୍ଧନ ନାଗ, ପର୍ସୁ ସୁନା, ଆଶୁତୋଷ ମଣ୍ଡଳ ଓ ପିଙ୍କୁ ଜେନା ଙ୍କୁ ରଖା ଯାଇଛି । ସୁମିତ୍ ଦଳେଇ, ସୁଜୟ ରାୟ, ରବି ସୁନା, କୁମୁଟି ଭତ୍ରା, ସନ୍ତୁଳା ଦୁରିଆ, ଶ୍ରୀକୃଷ୍ଣ ରାୟ, ଯାଦବ ରାୟ ଓ ମନଜ୍ ସରକାର କୁ ରଖାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ସଭାପତି ମାନସ ଭୌମିକ, ସୁକୁମାର ସରକାର ଙ୍କ ସହ ଗ୍ରାମର ଅନେକ ବୁଦ୍ଧିଜୀବି ଏବଂ ପୋଲିସ ପ୍ରଶାସନ ତରଫରୁ ଏ ଏସ୍ ଆଇ ପ୍ରକାଶ ମିଶ୍ର ଏହି ବୈଠକ ରେ ଯୋଗ ଦେଇଥିଲେ ।