November 26, 2024
Share

୧-ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ,ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ୱର:ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଉପସ୍ଥାନ ୧୫%, ଚିନ୍ତାରେ CHSE

୩-ଜମାକାରୀଙ୍କ ଟଙ୍କା ଆତ୍ମସାତ ମାମଲା: କେନ୍ଦୁଝର କାଠକଟା ପୋଷ୍ଟ ମାଷ୍ଟରକୁ ୪ ବର୍ଷ କାରାଦଣ୍ଡାଦେଶ।

୪-୬ରୁ ଆରମ୍ଭ ହେବ ହବିଷ୍ୟାଳି ପଞ୍ଜିକରଣ, ୧୧ ତାରିଖ ଯାଏଁ କରିପାରିବେ ଅନ୍ ଲାଇନରେ ଆବେଦନ:edistrict.odisha.gov.in।

୫-ପୁରୀ: ହଟ୍ଟଗୋଳ ଯୋଗୁଁ ପୁରୀ ଜିଲା ପରିଷଦ ବୈଠକ ଅଧାରୁ ବନ୍ଦ।

୬-ଆନନ୍ଦପୁର:ଗୁଣି ଗାରେଡ଼ି ସଂନ୍ଦେହରେ ଦିଅର ନିଜ ଭାଉଜକୁ କଲା ହତ୍ୟା।

୭-ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ଲଘୁଚାପ ପ୍ରଭାବ।କାଁ ଭାଁ ସ୍ଥାନରେ ହେବ ବର୍ଷା।

୮-ବଲାଙ୍ଗୀର:ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ, ବିଲ୍ କରାଇ ଦେବା ପାଇଁ ନେଉଥିଲେ ୭ ହଜାର ଟଙ୍କା ଲାଞ୍ଚ।

୯-ଶାରଳାଙ୍କ ପୀଠରେ ବ୍ୟବହାର ହେଉଛି ନିମ୍ନମାନର ଘିଅ, ଫୁଡ଼ ଇନସ୍ପେକ୍ଟରଙ୍କ ଚଢ଼ାଉ।

୧୦-ଭୁବନେଶ୍ବର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ, ତିଆରି ହେବ ରନୱେ କ୍ୟାଟ୍ ଟୁ ଲାଇଟ୍: କେନ୍ଦ୍ର ମନ୍ତ୍ରୀ

୧୧-୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ପୁରୀ ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ।

୧୨-ସମ୍ବଲପୁର ଜିଲା ବୁର୍ଲା ଥାନା ଝରାପାଲି ଗ୍ରାମରେ ପୁଲିସକୁ ଆକ୍ରମଣ, କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡାଇ ଦେଇଛି ଦୁର୍ବୃତ୍ତ।

୧୩-ଜଗତପୁର:ମହାନଦୀରେ ବୁଡ଼ିଗଲେ ୨ ଛାତ୍ର, ଜଣଙ୍କ ମୃତଦେହ ଉଦ୍ଧାର।

୧୪-ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୧୪ ମାଓବାଦୀ ନିପାତ।

୧୫-କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଟିମ। ଚଳିତ ମାସ ୧୧ ତାରିଖରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡିଶା।

୧୬-ବେଲଗାମ ସୁନା: ଦାମ୍ ୭୬ ହଜାର ପାର୍, ରୁପା ୯୨ ହଜାର ଅତିକ୍ରମ କଲା।

୧୭-ଉତ୍ତରପ୍ରଦେଶରେ ବଡ଼ ଦୁର୍ଘଟଣା: ଟ୍ରକ ଓ ଟ୍ରାକ୍ଟର ଧକ୍କାରେ ୧୦ ଶ୍ରମିକ ମୃତ, ୫ରୁ ଅଧିକ ଆହତ।

୧୮-ତିରୁପତି ଲଡୁ ବିବାଦକୁ ନେଇ ବଡ ଖବର । ନୂଆ ଏସଆଇଟି ଟିମ ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

୧୯-ପିଏମ୍ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ପାଇଁ ୧୨ରୁ ଆବେଦନ: ମାସକୁ ମିଳିବ ୫ ହଜାର, ବଡ଼ କମ୍ପାନିରେ ନିଯୁକ୍ତି ସୁଯୋଗ।ଚଳିତ ଆର୍ଥିକ ବର୍ଷରେ ୧.୨୫ ଲକ୍ଷ ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରାଯିବ।

୨୦-ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କଲେ ରିଲାଏନ୍ସର ୭୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ, ୧୭ ହଜାରରୁ ଅଧିକ ଚାରା ରୋପଣ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed