August 26, 2026

ହିଲ୍ ଟପ୍ ମହାବିଦ୍ୟାଳୟର ୫୦ ଜଣ ଛାତ୍ର ଛାତ୍ରୀ ୩ ଶହ ଚାରା ରୋପଣ…

IMG-20241004-WA0058
Share

 

ମୋହନା –ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଗଜଗତି ଜିଲ୍ଲା ମୋହନା ହିଲ୍-ଟପ୍ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ଗ୍ରାମର ଉଭୟ ସଡ଼କ ପାର୍ଶ୍ଵରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ମହାବିଦ୍ୟାଳୟର ୫୦ ଜଣ ଶିକ୍ଷାର୍ଥୀ ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ରୀତା କୁମାରୀ ଶତପଥୀଙ୍କ ନେତୃତ୍ଵରେ ୩ଶହ ଚାରା ରୋପଣ କରିଥିଲେ।ଚ଼ାରା ଗୁଡିକର ସୁରକ୍ଷା ପାଇଁ ତା’ର ଚତୁଃପାର୍ଶ୍ଵକୁ ଘେରାବନ୍ଦୀ କରିଥିଲେ।

ଜାତୀୟ ସେବା ଯୋଜନା ପକ୍ଷରୁ ମେରାପଲ୍ଲୀ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ସଭାପତିତ୍ତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନା ରେଞ୍ଜର ଦେବୀ ପ୍ରସାଦ ବିଷୋୟୀ ମୁଖ୍ୟବକ୍ତା ଓ ସ୍ଥାନୀୟ ସରପଞ୍ଚ ବ୍ରଜସୁନ୍ଦର ଜାନୀ ଯୋଗ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ଚ଼ାରା ରୋପଣର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଛାତ୍ର/ଛାତ୍ରୀ ମାନେ ବୃକ୍ଷ ଉପରେ ଜନସଚ଼େତନତା ମୂଳକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ ।

You may have missed