April 28, 2026

ନବରାତ୍ରି ପୂଜା ପାଇଁ ସମସ୍ତ ଦେବି ପୀଠ ଚଳ ଚଞ୍ଚଳ ଯୁବ ସମାଜ ସେବି ସୁଧୀର ପଟନାୟକ ଙ୍କ ମା ରାମାୟଣମା ଙ୍କ ଠାରେ ପୂଜାର୍ଚନା 

IMG-20241003-WA0047
Share

 

ଛତ୍ରପୁର -୦୩/୧୦/୨୪(ଅରୁଣ କୁମାର ପଣ୍ଡା )ଶାରଦୀୟ ଦୁର୍ଗା ପୂଜା ଆସିଲେ ସମସ୍ତ ଶକ୍ତି ପୀଠ ହୋଇ ଉଠେ ଚଳ ଚଞ୍ଚଳ ରୀତି ନୀତି ମଧ୍ୟରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଶକ୍ତି ପୀଠରେ ମା ଙ୍କ ପୂଜା ଅର୍ଚନା କରାଯାଇଥାଏ ଗଞ୍ଜାମ ଜିଲ୍ଲା ର ତାରା ତାରିଣୀ, ରାମଚଣ୍ଡୀ, ଦକ୍ଷିଣ କାଳୀ ଙ୍କ ପୀଠରେ ମୂଳା ଷ୍ଟମୀ ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ପୂଜା ଅର୍ଚନା କରାଯାଏ ପ୍ରତେକ ଦିନ ମା ଙ୍କ ପୀଠ ରେ ସୂର୍ଯ୍ୟ ପୂଜା, ଚଣ୍ଡୀ ନ୍ୟାସ, ହୋମ, ମହା ଆଳତି, ଏବଂ ମହା ଭୋଗ ର ଆୟୋଜନ କରାଯାଇ ଥାଏ ସେଭଳି ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମା ଙ୍କ ପୂଜା ନବ ଦିନ ବ୍ୟାପି ଆୟୋଜନ କରାଯାଇଥାଏ ଆଜି ପ୍ରଥମ ଦିନରେ ଯୁବ ସମାଜ ସେବି ସୁଧୀର ପଟନାୟକ ଓ ତାଙ୍କ ଧର୍ମ ପତ୍ନୀ ସମାପ୍ତି ପଟନାୟକ ଙ୍କ ଦ୍ଵାରା ମା ରାମାୟଣମା ଙ୍କ ପୀଠରେ ପୂଜା ଅର୍ଚନା କରା ଯାଉଛି ଏବଂ ସନ୍ଧ୍ୟା ସମୟ ରେ ମା ଙ୍କ ଆଳତି ଓ ରାତ୍ରିରେ ଚଣ୍ଡୀ ନ୍ୟାସ ହେବା ପରେ ମହା ଆଳତି ଓ ମହା ଭୋଗ ଲାଗି ହୁଏ ରାତ୍ରି ରେ ଭକ୍ତ ମାନେ ମା ଙ୍କ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥାଏ ଏଥି ପାଇଁ ବହୁ ଭକ୍ତ ସମାଗମ ହୋଇଥାଏ