September 30, 2024

ପୋଖରୀ ର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର ନାମରେ ବ୍ୟାପକ ଜାଲିୟାତି ଅଭିଯୋଗ 

Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ଖମାପଦର ପଂଚାୟତ ଏକ ଆଦର୍ଶ ଗ୍ରାମ ପଞ୍ଚାୟତ l ଖମାପଦର ଓ ପଦ୍ମପୁର ପଂଚାୟତ କୁ ଲାଗି ଏକ ବନ୍ଧ ରହିଛି ଯାହାକୁ ପଦ୍ମପୁର ଅଞ୍ଚଳବାସୀଙ୍କ ବଡ଼ବନ୍ଦ ରୂପେ ପରିଚିତ l ଏହି ପୋଖରୀ ତି ପଦ୍ମପୁର ଗୁଣୁପୁର ମୁଖ୍ୟ ରାସ୍ତା କଡ଼ ପଦ୍ମପୁର ଖମାପଦର ଗାଁ କୁ ଲାଗି ରହିଛି l ଏହି ପୋଖରୀ ଉପରେ ଉଭୟ ଗାଁ ର ଲୋକେ ନିର୍ଭର କରନ୍ତି l ଏହି ପୋଖରୀ ରୁ ଚଇତି ପର୍ବ,ବିଭିନ୍ନ ପୂଜା ପର୍ବ ପର୍ବାଣୀ ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ପୋଖରୀ ରୁ ପାଣି ନେଇ କଳସ ଯାତ୍ରା କରାଯାଇଥାଏ ପୁନଶ୍ଚ ଏହି ବନ୍ଦ ପାଖରେ ଉଭୟ ଗ୍ରାମ ର ସ୍ମଶାନ ରହିଛି ଲୋକେ ମୃତ୍ୟୁବରଣ କରିଲା ପରେ ଏହି ସ୍ମଶାନ ରେ ଦାହ କରି ଜନସାଧାରଣ ଏହି ପୋଖରୀ ରେ ସ୍ନାନ କରିବା ସହିତ ଦଶାହ କାର୍ଯ୍ୟକ୍ରମ କରିଥାନ୍ତି l ଏହି ସମୟ ରେ ମନ୍ତ୍ରୀ ବିଧାୟକ ସାଂସଦ ଜ଼ିଲ୍ଲା ପ୍ରସାଶନ ର ବହୁ ଅଧିକାରୀ ଙ୍କ ସହିତ ବହୁ ବେସରକାରୀ ସଂସ୍ଥା ଏନ ଜି ଓ ର ସଦସ୍ୟ ମାନେ ଉପସ୍ଥିତ ରୁହନ୍ତି l କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ଏହି ବନ୍ଦ ର ପୁନଃରୁଦ୍ଧାର ପାଇଁ କିଏ ମଧ୍ୟ୍ୟ ଧ୍ୟାନ ଦେଉନଥିବା ସ୍ଥାନୀୟ ବାସୀ ଅଭିଯୋଗ କରିଛନ୍ତି l ଏହି ପୋଖରୀରେ ଲଗାଯାଇଥିବା କାର୍ଯ୍ୟ ସୂଚନା ଫଳକ ମୁତାବକ ଗତ 2017 ରୁ 2023. ମସିହା ସୁଦ୍ଧା ପ୍ରାୟ 15 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି l ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପୋଖରୀରେ ପଙ୍କ ପାଣି ଜାତୀୟ ଗଛ ରର ଭରିରହିଛି l ବର୍ତମାନ ଏହି ପୋଖରୀ ହୁଡ଼ା ଟେ ଅସାମାଜିକ ବ୍ୟକ୍ତି ମାନେ ବାସୀ ଅବାଧ ରେ ମଦ୍ୟପାଣ କରି ବୋଟଲ ଗୁଡିକି ପକାଇ ବାର ଦେଖିବାକୁ ମିଳୁଛି l ସୂଚନା ଫଳକ ମୁତାବକ ଏହି ପୋଖରୀ ର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମଣୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କୋଡ଼ ନଂ 2429009007/wh/ 10383207 ରେ 10 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶା ଯାଇଛି କିନ୍ତୁ କେଉଁ ଆର୍ଥିକ ବର୍ଷ ରର ଏହି କାମ ହୋଇଛି ଓ କାର୍ଯ୍ୟ ଆରମ୍ବ ଓ କାର୍ଯ୍ୟ ସମାପ୍ତି ଦର୍ଶାଯାଇନାହିଁ l ପୁନଶ୍ଚ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା ଫଣ୍ଡ ରୁ 2017-18 ରେ ବିଜୁ କେ ବି କେ ଯୋଜନା ରେ 190000 ଏହି ପୋଖରୀ ରେ ଏକ ଫଳକ ରେ କେତେ ପରିମାଣର ଖର୍ଚ୍ଚ ଦର୍ଶା ଯାଇଛି ତାହା ଦେଖାଯାଉନାହିଁ l ଏହି ବିଷୟରେ ଆମେ ବ୍ଲକ ସହକାରୀ ଯନ୍ତ୍ରୀ ଙ୍କୁ ପଚାରି ବାନିମନ୍ତେ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ସମ୍ଭବ ହୋଇପାରିଲା ନାହିଁ l ଏହି ପୋଖରୀର ପୁନଃରୁଦ୍ଧାର ପାଇଁ ଜନସାଧାରଣ ଦାବି କରିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ