April 29, 2026

ଉମରକୋଟ ଠାରେ ମହମ୍ମଦଙ୍କ ଜୟନ୍ତୀ ପାଳିତ, ମୁସଲମାନ ସଂପ୍ରଦାୟ ପକ୍ଷ ରୁ ବିଶାଳ ଶୋଭାଯାତ୍ରା, ହିନ୍ଦୁ ମାନଙ୍କ ପକ୍ଷ ରୁ ସରବତ ବଣ୍ଟନ………

IMG-20240917-WA0004
Share

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ମୁସଲମାନ ସଂପ୍ରଦାୟ ପକ୍ଷ ରୁମହାପୁରୁଷ ମହମ୍ମଦଙ୍କ ୧୪୪୬ ତମ ଜୟନ୍ତୀ ତଥା ଜଷ୍ନେ-ଇଦ-ମିଳାଦୁନ-ନବୀ ମହା ମହା ଆଡ଼ମ୍ବର ସହକାର ସହ ପାଳିତ ହୋଇ ଯାଇଛି।ଏହି ଅବସରରେ ଆଜି ସକାଳୁ ୩ ହଜାର ରୁ ଉର୍ଦ୍ଧ୍ବ ମୁସଲମାନ ଭାଇମାନେ ଏକ ବିରାଟ ଶୋଭାଯାତ୍ରା ମସଜିଦ ରୁ ବାହାର କରି ସହର ପରିକ୍ରମା ପରେ ମସଜିଦକୁ ଯାଇ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ କରିଥିଲେ ।ମସଜିଦ ପରିସରରେ ଉତ୍ତର ପ୍ରଦେଶ ଗାଜିପୁର ଠାରୁ ଆସିଥିବା ଧର୍ମ ଗୁରୁ ସୟେଦ ଗୁଲ।ମ ମଇଉଦ୍ଧିନ ପତାକା ଉତ୍ତୋଳନ କରାଯାଇ ଫାତିହା ପାଠ କରା ଯାଇଥିଲା।ଏହି ପରିପ୍ରେକ୍ଷୀରେ ବିଶ୍ୱବାସୀ ଙ୍କ କଲ୍ୟାଣ ଉଦେଶ୍ୟରେ ଆଲ୍ଲାଙ୍କ ନିକଟରେ ପ୍ରାଥନା କରା ଯାଇଥିଲା। ପରେ ଛୋଟ ଛୋଟ ପିଲାଙ୍କୁ ନେଇ ଅନୁଷ୍ଠିତ ହେଇ ଥିବା ସାଇରି ପ୍ରତିଯୋଗିତା ର କୃତି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା ଓ ମିଷ୍ଠ।ନ ବଣ୍ଟନ କରାଯାଇ ପରସ୍ପରକୁ ମହମ୍ମଦଙ୍କ ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ। ଆଜି ଉମରକୋଟ ସହର ରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷ ରୁ ଭାଇ ଚାର।ର ସମ୍ପର୍କ ଦେଖିବାକୁ ମିଳିଥିଲା। ମୁସଲମାନ ମାନଙ୍କ ଶୋଭାଯାତ୍ରା ଆସିବା ବେଳେ ହିନ୍ଦୁ ସମାଜ ପକ୍ଷରୁ ମୁଖ୍ୟ ରାସ୍ତା ଉପରେ ସରବତ ବଣ୍ଟନ କର।ଯିବା ସହ ପରସ୍ପର ହିନ୍ଦୁ ଓ ମୁସଲିମ ପକ୍ଷରୁ ପରସ୍ପର କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇ ଥିଲେ। ବାବି ସ।ନ୍ତ୍ର।, ଚିନ। ବାବୁ, କୈଳାଶ ନାୟକ, ବାବୁଲା ଲେଙ୍କା , ମୁନା ପାଢ଼ୀ, ବାବୁଲା ପଟ୍ଟନାୟକ, ବାବୁଲା ମୁଦୁଲି , ସୀମା ବିଷୋୟୀ, ଛନ୍ଦା ଚରଣ ଜେନା,ପରି ସୁମନ୍ତ , ଭି. ବୁଜି , କୁଲୁ ବାଘ, ଗୌର ହରି ସାହୁ ଓ ଅନିଲ ଗୟେଲ ପ୍ରମୁଖ ଉପସ୍ଥିତ ରହି ସରବତ ବଣ୍ଟନ କରି ଥିଲେ। ଏହି ସମସ୍ତ ଘଟଣା କିଛି ସମୟ ଉଭୟ ସମ୍ପ୍ରଦାୟ ର ଲୋକ ଙ୍କ ମଧ୍ୟରେ ଭାବ ବିହ୍ୱଳ ସୃଷ୍ଟି କରିଥିଲା। ଉମରକୋଟ ସହର ହେଉଛି ଏକ ଭାଇ ଚାର।ର ସହର ଏଠି ଏହି ଦୁଇ ଗୋଷ୍ଠୀ ମଧ୍ୟରେ କେବେବି ଗୋଷ୍ଠି ସଂଘର୍ଷ ହେଇ ନାହିଁ କି ଆଗକୁ ବି ଏହା କରିବାକୁ ଦିଆ ଜୀବନୀ ବୋଲି ଆଜି ହିନ୍ଦୁ ସମ୍ପ୍ରଦାୟ ର ଥିବା ବ୍ୟକ୍ତି ମାନେ ପରିପ୍ରକାଶ କରିଥିଲେ। ରାତି ରେ ମଧ୍ଯ ପ୍ରଦେଶ ରୁ ଆସିଥିବା ଧର୍ମ ଗୁରୁ ରୁହୁଲ ଅମିନ ଓ ସଏଦ ଗୁଲ।ମ ମଇ ଉଦ୍ଧିନ ପ୍ରବଚନ ପ୍ରଦାନ କରିଥିଲେ ଯେଉଁଥିରେ କି ବହୁ ସଂଖ୍ୟାରେ ମୁସଲମାନ ସଂପ୍ରଦାୟ ର ଲୋକ ମାନେ ଉପସ୍ଥିତ ଥିଲେ। ଅଞ୍ଜୁମାନ ଇସଲାମୀୟ। କମିଟି ର ସଭାପତି ସଲିମ୍ ରାଠୋର, ଉପ ସଭାପତି ସେଖ ସେଇ ଜ।ଦା ରିଜିବି, ସମ୍ପାଦକ ଆଲି ଲାଠିଆ, ସହ ସମ୍ପାଦକ ଅନିସ ସୁନି, କୋଷାଧ୍ୟକ୍ଷ ଇବ୍ର।ହିମ ରାଠୋର ଓ ପୂର୍ବତନ ସଭାପତି କେ ଟି ଏସ ଝିଲାନି ଓ ଅନ।ନ୍ୟ ଯୁବକ ମାନଂକ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ସମସ୍ତ କାର୍ଯ୍ୟକ୍ରମ କୁ ସଫଳତା ର ସହ ସମ୍ପନ୍ନ ହେଇଥିଲା।

You may have missed