April 29, 2026

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଅଜଣା ରୋଗରେ ପୀଡିତ ଅନାଥ ସସ୍ମିତା, ବସି ଉଠି ପାରୁନି,ଯନ୍ତ୍ରଣା ହେଉଛି ଦୁଇ ଗୋଡ଼………

IMG-20240917-WA0005
Share

 

ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମରେ ଜଣେ ଯୁବତୀ ଅଜଣା ରୋଗରେ ପୀଡିତ ହୋଇ ଦୁଇ ଗୋଡ଼ ଯନ୍ତ୍ରଣା ହେଉଛି।ସଚେତନତା ଅଭାବ ଯୋଗୁଁ ଚିକିତ୍ସା ମଧ୍ୟ ହୋଇ ପାରୁନାହିଁ।ଫଳରେ ଘରେ ପଡି ରହୁଛନ୍ତି।ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ ଆଜିକୁ ଦୁଇ ବର୍ଷ ତଳେ ବାଣୁଆଗୁଡ଼ା ଗ୍ରାମର ସସ୍ମିତା ମାଝୀଙ୍କୁ ଦୁଇ ଜଙ୍ଘ ଉପରେ ଘା ହୋଇଥିଲା।ପରେ ପରେ ସେହି ଘା ସଂକ୍ରମଣ ହୋଇ ବାଡିବାରେ ଲାଗିଲା।ବାପା ଓ ମାଆ ନଥିବା ବେଳେ ମାଉସୀ ଘରେ ସସ୍ମିତା ରହୁଥିବା ବେଳେ ମାଉସୀ ସସ୍ମିତାଙ୍କ ଚିକିତ୍ସା ପାଇଁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ।ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ।ସେଠାରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ନେବା ପାଇଁ କହିଥିଲେ।ତେବେ ଘରେ କେହି ପୁରୁଷ ଲୋକ ନଥବା ବେଳେ ସଚେତନତା ଅଭାବ ଯୋଗୁଁ ସ୍ୱାସ୍ଥ୍ୟ କାର୍ଡ ଥିବା ପରେ ମଧ୍ୟ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ସାହସ କରି ନପାରି ଘରକୁ ଫେରି ଆସିଥିଲେ।ଶେଷରେ କ୍ବାକ ମାନଙ୍କ ପାଖରେ ମଧ୍ୟ ଚିକିତ୍ସିତ ହୋଇଥିଲେ।ହେଲେ କୌଣସି ସୁଫଳ ମିଳିପାରି ନଥିଲା।ବର୍ତ୍ତମାନ ସସ୍ମିତା କହିବା ପ୍ରକାରେ ଦୁଇ ଗୋଡ଼ରୁ ରକ୍ତ ଓ ପୂଜ ବାହାରୁଛି।ସେହିପରି ଦୁଇଟି ଗୋଡ଼ ଯନ୍ତ୍ରଣା ହେଉଛି।ଫଳରେ ସଠିକ ଭାବେ ଚଳାବୁଲା କରିପାରୁ ନାହିଁ।ସେହିପରି ବସିବା ଓ ଉଠିବା କଷ୍ଟ ହେଉଛି।ଯୁବତୀ ବୟସରେ ସସ୍ମିତା ପାଠ ପଢା ଛାଡି ଘରେ ପଡି ରହୁଥିବା ବେଳେ ସସ୍ମିତାଙ୍କ ପାଇଁ ମାଉସୀ ଚିନ୍ତାରେ ପଡିଛନ୍ତି।ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସସ୍ମିତାର ଚିକିତ୍ସା ପାଇଁ ସହଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

You may have missed