April 29, 2026

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସୁଭଦ୍ରା ଯୋଜନା ନାଁ ରେ ଠକାମୀ ର ଶିକାର ଗ୍ରାମବାସୀ…..

IMG-20240917-WA0000
Share

 

 

ନବରଙ୍ଗପୁର:-(ଏମ.ଦିନା°ଶୁ ଆଚାରୀ) ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ର ଘୋଷଣା ପରେ କିଛି ଅସାମାଜିକ ବ୍ୟକ୍ତି ଗରିବ ନିରୀହ ଲୋକଙ୍କୁ ସୁଭଦ୍ରା ଯୋଜନା ର ପଞ୍ଜିକରଣ, ବୀମା ଇତ୍ୟାଦି କରେଇଦେବି ବୋଲି କହି ଗାଁ ଗାଁ ବୁଲି ଠକୁଥିବା ଦେଖିବାକୁ ମିଳିଛି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ଗ୍ରାମପଂଚାୟତ ରେ । ଉକ୍ତ ଗ୍ରାମ ପଂଚାୟତ ର ଶାସ୍ତ୍ରୀନଗର, ବେଲପାରା, ମେଣ୍ଡକିଚଟନ, ଚାଟୋରି, ଦୁଇମୋହନି ଏହି ପାଞ୍ଚଟି ଗ୍ରାମ ର ପ୍ରାୟ ୮୦୦ରୁ ଉର୍ଦ୍ଧ ନିରୀହ, ଗରିବ ଲୋକଙ୍କୁ ବାଲେଶରାଜ ଗଣ୍ଡ ଓ ଖଗେଶ୍ୱର ହରିଜନ ନାମକ ବ୍ୟକ୍ତି ଏକ ମାସ ହେବ ସୁଭଦ୍ରା ଯୋଜନା ର ପଞ୍ଜିକରଣ ଓ ବୀମା କରେଇଦେବି ବୋଲି କହି ଗ୍ରାମବାସୀଙ୍କ ଠାରୁ ୩୦୦ଟଙ୍କା ଲେଖାଏଁ ଆଦାୟ ସ୍ଥାନୀୟ ବିଧାୟକ କହିଛନ୍ତି ବୋଲି ଆଦାୟ କରୁଥିବା ଦେଖିବାକୁ ମିଳିଛି। ଏବିଷୟରେ ଶଙ୍କର ଗଣ୍ଡ, ସୁନ୍ଦର ଗଣ୍ଡ, କାର୍ତିକ ଗଣ୍ଡ, ସଂସାଇ ଗଣ୍ଡ, ରାଇନୁ ଗଣ୍ଡ, ବିଶ୍ୱନାଥ ଗଣ୍ଡ, ବ୍ରିଜଲାଲ ଗଣ୍ଡ, ଉଦପ ଗଣ୍ଡ, ହେମଲାଲ ଗଣ୍ଡ, ରାଜୁ ଗଣ୍ଡ, ବାଜୁରାମ ଗଣ୍ଡ, ଲଲସାଇ ଗଣ୍ଡ, ପରମାନନ୍ଦ ଗଣ୍ଡ, ସୁଭଦ୍ରା ମାଳି, ଲକ୍ଷ୍ମୀ ଗଣ୍ଡ, ମନ ଗଣ୍ଡ, ସୁଗନ ଗଣ୍ଡ, ଭରତ ଗଣ୍ଡ, ରାଜେଶ୍ୱରୀ ଗଣ୍ଡ, ରାମସିଂ ଗଣ୍ଡ, ହେମଲାଲ ଭଗେଲ, ସୋନୁ ଗଣ୍ଡ, ରାମଲାଲ ଗଣ୍ଡ, ବତୀ ଗଣ୍ଡ ଭଳି ଅନେକ ଲୋକ ବାଲେଶରାଜ ଗଣ୍ଡ ଓ ଖଗେଶ୍ୱର ହରିଜନ ର ଠକାମୀ ର ଶିକାର ହୋଇଛନ୍ତି!

You may have missed