September 21, 2024

ସୁଭଦ୍ରା ଯୋଜନା’ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ସଠିକ୍ ତଥ୍ୟର ପ୍ରଚାର ପ୍ରସାର ନିମନ୍ତେ ଆଜି ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମାନ୍ୟବର ଶିଳ୍ପମନ୍ତ୍ରୀ..

Share

      ‘ସୁଭଦ୍ରା ଯୋଜନା’ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ସଠିକ୍ ତଥ୍ୟର ପ୍ରଚାର ପ୍ରସାର ନିମନ୍ତେ ଆଜି ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଓ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଓ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଓ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଉପସ୍ଥିତିରେ ‘ସୁଭଦ୍ରା ସଚେତନତା ରଥ’ର ଶୁଭାରମ୍ଭ ହେଇଯାଇଛି l

 

ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା ସହ ସେମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟଗତ ସ୍ଥିତିରେ ଉନ୍ନତି ଆଣିବା, ଉଦ୍ୟୋମିତାକୁ ପ୍ରୋତ୍ସାହନ ଦେବା ତଥା ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟ ନେଇ ସୁଭଦ୍ରା ଯୋଜନାର ଆରମ୍ଭ କରାଯାଇଛି l

 

ଏହି ଯୋଜନା ମାଧ୍ୟମରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ୍ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ l ଏହାଦ୍ୱାରା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବା ସହ ଏହା ସେମାନଙ୍କ ହାତମୁଠାକୁ ଅଧିକ ମଜବୁତ୍ କରିବ l

 

#GhareGhareSubhadra #ଘରେଘରେସୁଭଦ୍ରା