April 29, 2026

ସୁଭଦ୍ରା ଯୋଜନା’ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ସଠିକ୍ ତଥ୍ୟର ପ୍ରଚାର ପ୍ରସାର ନିମନ୍ତେ ଆଜି ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମାନ୍ୟବର ଶିଳ୍ପମନ୍ତ୍ରୀ..

IMG-20240907-WA0030
Share

      ‘ସୁଭଦ୍ରା ଯୋଜନା’ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ସଠିକ୍ ତଥ୍ୟର ପ୍ରଚାର ପ୍ରସାର ନିମନ୍ତେ ଆଜି ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ସ୍ଵାଇଁ ଓ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଓ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଓ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଉପସ୍ଥିତିରେ ‘ସୁଭଦ୍ରା ସଚେତନତା ରଥ’ର ଶୁଭାରମ୍ଭ ହେଇଯାଇଛି l

 

ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା ସହ ସେମାନଙ୍କର ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟଗତ ସ୍ଥିତିରେ ଉନ୍ନତି ଆଣିବା, ଉଦ୍ୟୋମିତାକୁ ପ୍ରୋତ୍ସାହନ ଦେବା ତଥା ଆତ୍ମନିର୍ଭରଶୀଳ କରାଇବା ଲକ୍ଷ୍ୟ ନେଇ ସୁଭଦ୍ରା ଯୋଜନାର ଆରମ୍ଭ କରାଯାଇଛି l

 

ଏହି ଯୋଜନା ମାଧ୍ୟମରେ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ୍ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ l ଏହାଦ୍ୱାରା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା’ ଭଉଣୀମାନେ ଉପକୃତ ହେବା ସହ ଏହା ସେମାନଙ୍କ ହାତମୁଠାକୁ ଅଧିକ ମଜବୁତ୍ କରିବ l

 

#GhareGhareSubhadra #ଘରେଘରେସୁଭଦ୍ରା