ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ
ରାୟଗଡା :ଜଳ ହିଁ ଅମୂଲ୍ୟ ସମ୍ପଦ ଉକ୍ତିକୁ ସାକାର କରିବା ପାଇଁ ଇମ୍ଫାର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା କେଲିଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁମ୍ଭାରଗୁଡା ଗ୍ରାମ ଠାରେ ଏକ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇମ୍ଫା ଗୃପ ର ଫେରୋ ଏଲୋଏଜ ବ୍ୟୁରୋ ମୁଖ୍ୟ ଶ୍ରୀମାନ ସୁରେଶ ବାବୁ , ଇମ୍ଫା ଥେରୁବାଲି ର ମୁଖ୍ୟ ଶ୍ରୀମାନ ଆଶିଷ କୁମାର ରାୟ , ଇମ୍ଫାର ସାଧାରଣ ମୁଖ୍ୟ ପରିଚାଳକ ଶ୍ରୀମାନ ଏମ ॰ଶ୍ରୀନିବାସ ଓ ଶ୍ରୀମାନ ଦେବାଶିଷ ମହାପାତ୍ର , ଉପ ମୁଖ୍ୟ ସାଧାରଣ ପରିଚାଳକ ,(ଜି॰ସି॰ଏସ), କୋଲୋନରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ୍ୟ ଶ୍ରୀମାନ ହଲଧର ହିମିରିକା , ଶ୍ରୀମତୀ ସୁଶାନ୍ତି କୁଟୃକା , ସରପଞ୍ଚ , କେଲିଗୁଡା ଗ୍ରାମ ପଞ୍ଚାୟତ , ଶ୍ରୀମତୀ ଆଲମେ କାଡ୍ରାକା ,ସମିତି ସଭ୍ୟା , କେଲିଗୁଡା ଗ୍ରାମ ପଞ୍ଚାୟତ , ୱାର୍ଡ ସଭ୍ୟ / ସଭ୍ୟା , ଗ୍ରାମବାସୀ ଙ୍କ ଉପସ୍ଥତିରେ ପମ୍ପ ଚାଲୁ କରିବା ସହ ଗ୍ରାମବାସୀଙ୍କ ବ୍ୟବାହାର ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଏହି ପ୍ରକଳ୍ପଟି ଇମ୍ଫାର ସାମାଜିକ ଦାୟିତ୍ଵବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ପ୍ରତିଷ୍ଠା କରାଯାଇଛି । ୫୦୦୦ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଠ ପାଣିଟାଙ୍କି ଜରିଆରେ ଷ୍ଟାଣ୍ଡପଏଣ୍ଟ ସ୍ଥାପନ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଉଛି । ଗ୍ରାମବାସୀଙ୍କ ଦ୍ଵାରା ଗଠିତ ବ୍ୟବହାରକାରୀ କମିଟି ଏହାର ରକ୍ଷଣାବେକ୍ଷଣ କରିବାର ଦାୟିତ୍ଵ ବହନ କରିଛି । ଏହି ପ୍ରକଳ୍ପ ଟି ଐତିହାସିକ ପାତାଲେଶ୍ଵର ଶୈବକ୍ଷେତ୍ର କୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଅବସ୍ଥିତ ଥିବା ଯୋଗୁଁ ତୀର୍ଥଯାତ୍ରୀଙ୍କର ବହୁଳ ବ୍ଯବହାରରେ ଲାଗି ପାରିବ। ଇମ୍ଫାର ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ର ଏହିଭଳି ମହତ ଓ ଜନ ହିତକର କାର୍ଯ୍ୟ ପାଇଁ ଗ୍ରାମର ବରିଷ୍ଠ ନାଗରିକ ଶ୍ରୀମାନ ଭରତ କାଶୀ , ଗଣକାଶୀ , ସହଦେବ କାଶୀ , ପ୍ରସାଦ କାଶୀ , ମୁରଲୀ କାଶୀ ଆଦି ଇମ୍ଫା କାର୍ତ୍ତୁପକ୍ଷ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ , ଲୋକ ସମ୍ପର୍କ ବିଭାଗର କର୍ମକର୍ତ୍ତା ଶ୍ରୀମାନ ମାନସ ମହାପାତ୍ର , ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର କର୍ମକର୍ତ୍ତା ଶ୍ରୀମାନ ପ୍ରଭାକର ପଣ୍ଡା ଉପସ୍ଥିତ ଥିଲେ |
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ