June 25, 2026
ajiro khabar
Share

 

 

୧-ଭୁବନେଶ୍ୱର:ପଞ୍ଚମ ଶ୍ରେଣୀ ଇଂରାଜୀ ବହିର ୧୩୩ ପୃଷ୍ଠାରେ ରଜଗୀତ; ସଂଶୋଧନ କରିବାକୁ ଶିକ୍ଷକ ଅମଙ୍ଗ। ଶିକ୍ଷକଙ୍କ ପାଖରେ ପହଞ୍ଚି ନାହିଁ ସଂଶୋଧିତ ପୁସ୍ତିକା।

 

୨-ଆଜି ବିଜେଡ଼ିରେ ଯୋଗ ଦେଇ ପାରନ୍ତି ସୁଜାତା ପାଣ୍ଡିଆନ,ସବୁ ନିର୍ବାଚନ ମଣ୍ଡଳୀରୁ ଆସିବେ ନେତା, ଶଙ୍ଖ ଭବନ ମଞ୍ଚରୁ ହେବ ବଡ଼ ଘୋଷଣା।

 

୩-ଭୁବନେଶ୍ୱର:ଶିକ୍ଷାନୁଷ୍ଠାନରେ ଅଗ୍ନି ସୁରକ୍ଷାକୁ ନେଇ OSDMAର ବଡ଼ ନିର୍ଦ୍ଦେଶ, ସାରା ରାଜ୍ୟରେ ହେବ ଫାୟାର ସେଫ୍ଟି ଅଡିଟ୍।

 

୪-ଭୁବନେଶ୍ୱର:ମୈ।ସୁମୀ ପ୍ରଭାବ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ।

 

୫-କେନ୍ଦ୍ରାପଡ଼ା:ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ ଚାମେଲି, ନ ହେଲେ ତିଖିରୀରୁ ଦିଲ୍ଲୀ ଯାଏଁ ହେବ ଲଢ଼େଇ।

 

୬-ରଥଯାତ୍ରାରେ ହେବ ଶୃଙ୍ଖଳିତ ପରିବହନ, ପୁରୀକୁ ଗଡ଼ିବ ୪୦୦ ବସ୍।

 

୭-ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ହଜିବା ମାମଲା, ସିବିଆଇ ତଦନ୍ତ ପାଇଁ ଆବେଦନ।ଆଇନଜୀବୀ ଦେବାଶିଷ ହୋତା ଏହି ଆବେଦନ କରିଛନ୍ତି ।

 

୮-ସମ୍ବଲପୁର:ଗିରଫ ହେଲେ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର ପଦ୍ମଲୋଚନ ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ।

 

୯-ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନାରେ ବଡ଼ ଦୁର୍ନୀତି, ଯାଜପୁର ସମେତ ୩ ଜିଲ୍ଲାରେ ଭିଜିଲାନ୍ସ ରେଡ୍।

 

୧୦-IPL ବେଟିଂରେ ହୋଟେଲ୍ ମାଲିକ ଗିରଫ। ବ୍ରହ୍ମପୁରରେ ଚଢ଼ାଉ କରି ଗିରଫ କଲା ପୁରୀ ପୋଲିସ୍। ୧୮ ଲକ୍ଷ ଟଙ୍କାର IPL ବେଟିଂ ଅଭିଯୋଗରେ ଗିରଫ।

 

୧୧-ରାୟଗଡ଼ା:ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଗିରଫ, ୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ।

 

୧୨-କେନ୍ଦୁଝର:ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି, କେନ୍ଦୁଝରରେ ପହଞ୍ଚିଲା ୫ ଓଡ଼ିଆ ଶ୍ରମିକଙ୍କ ମୃତଦେହ।

 

୧୩-ଲିଡ୍ସ: ମହିଳା ଟି ଟ୍ବେଣ୍ଟି ବିଶ୍ଵ କପ୍; ପାକିସ୍ତାନକୁ ବିଦା କରିଦେଲା ଅଷ୍ଟ୍ରେଲିଆ।ଆଜି ଭାରତ -ବାଂଲାଦେଶ ଲଢେଇ।

 

୧୪-ଦେଶର ପ୍ରଥମ ବେସରକାରୀ ସୁନା ଖଣିରେ ଉତ୍ପାଦନ ଆରମ୍ଭ: ଇତିହାସ ରଚିଲା ଆନ୍ଧ୍ର।କର୍ଣ୍ଣୁଲ ଜିଲ୍ଲାର ସ୍ୱର୍ଣ୍ଣଗିରିରେ ଆରମ୍ଭ ହୋଇଥିବା ଏହି ଖଣିରୁ ପ୍ରତିବର୍ଷ ପ୍ରାୟ ୯୦୦ କିଲୋଗ୍ରାମ ସୁନା ଉତ୍ପାଦନ ଲକ୍ଷ୍ୟ ରହିଛି।

 

୧୫-ପୁଣି ଇସ୍କନର ଅଦିନିଆ ରଥଯାତ୍ରା; ୪ ଦିନରେ ଆମେରିକା ଓ ୟୁରୋପର ୯ଟି ସ୍ଥାନରେ ହୋଇଛି ଅଦିନିଆ ରଥଯାତ୍ରା।

 

୧୬-ମୋଦୀ କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ପ୍ରସ୍ତୁତି ! ଜଣେ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପିଏମ୍ ମୋଦୀ; ବଢ଼ିଲା ସସପେନ୍ସ।

 

୧୭-ବିଲ୍ ଗେଟସ୍ ଙ୍କ ବଡ଼ ସ୍ୱୀକାରୋକ୍ତି, କହିଲେ-ଏପଷ୍ଟିନ ସହ ସମ୍ପର୍କ ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ।

 

୧୮-ଭାଙ୍କୋଭର:ଫିଫା ବିଶ୍ଵ କପ୍;ନକ୍ ଆଉଟ୍ ରେ ସ୍ବିଜରଲାଣ୍ଡ ଓ କାନାଡା।

 

୧୯-ଇରାନର ପୁନଃନିର୍ମାଣ ପାଇଁ ୩୦୦ ବିଲିୟନ ଡଲାରର ପାଣ୍ଠି ! କିଏ ଦେବ ଏତେ ଟଙ୍କା ? ଆମେରିକାର ଲାଭ ନା କ୍ଷତି ? ଏହାକୁ ନେଇ ଆମେରିକାରେ ରାଜନୈତିକ ବାଦ ବିବାଦ ତେଜିଲା।

 

୨୦-ଋଷ୍ ଉପରେ ପ୍ରଚଣ୍ଡ ଡ୍ରୋନ୍ ହମଲା ,୧୨୦୦ କିମି ଭିତରେ ପଶି ଆକ୍ରମଣ କଲା ୟୁକ୍ରେନ।

You may have missed