ସୋର୍ଡ ପକ୍ଷରୁ ସମାଜସେବୀ ସମ୍ମାନ ଅନୁଷ୍ଠିତ
ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବାଘଲାଞ୍ଜି ଗ୍ରାମର ସୋସିଆଲ ଅର୍ଗାନାଇଜେସନ ଫର ରିରାଲ ଡେଭଲପମେଣ୍ଟ ପକ୍ଷରୁ ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହ ପରିସରରେ ସମାଜସେବୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଚେୟାରମ୍ୟାନ, ଓଡିଶା ଶିତିକଣ୍ଠ ମହାନ୍ତିଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ମହାପ୍ରଭୁଙ୍କ ସେବକ ଗୋପାଳ ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ପୁରୀଜିଲ୍ଲା ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ପୁରୀଜିଲ୍ଲା କିନ୍ନର ସଂଘ ସଭାନେତ୍ରୀ ପ୍ରିୟାଂଶି ଦାସ, ଅନାଦି ସାହୁ, ଶ୍ରୀଧର ଜେନା, ଶିବ ଜେନା, ବିଜୟ କୁମାର ଜେନା, ଗୌତମ ଜେନା, ପ୍ରକୃତିବନ୍ଧୁ ପ୍ରଦୀପ ଦଳେଇ ସୌମ୍ୟାଶ୍ରୀପର୍ଣ୍ଣା ଶ୍ରୀଚନ୍ଦନଙ୍କ ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ l ସମସ୍ତ ଅତିଥିମାନେ ସୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିବା ସହିତ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଏବଂ ସମାଜସେବୀ ମାନଙ୍କୁ ମାନପତ୍ର ସହିତ ଉତ୍ତରୀୟ ପ୍ରଦାନକରି ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମାଜସେବୀ କମଳକାନ୍ତ ଏବଂ ସାମ୍ବାଦିକ ରମେଶଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟାମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
