ଦୀର୍ଘ ସାତଦିନ ଧରି ଚାଲିଥିବା ବାବା ନୀଳକଣ୍ଠେଶ୍ଵର ଦେବଙ୍କ ବିବାହ ଉତ୍ସବ ସମ୍ପନ୍ନ
ପୁରୀ ହେରାଗୋହିରି ସାହି ସ୍ଥିତ ବାବା ନୀଳକଣ୍ଠେଶ୍ଵର ଦେବଙ୍କ ବିବାହ ଉତ୍ସବ ପବିତ୍ର ଶୀତଳ ଷଷ୍ଠୀ ଠାରୁ ଆରମ୍ଭ ହୋଇ ଗତକାଲି ସନ୍ଧ୍ୟାରେ ସମ୍ପନ୍ନ ହୋଇଥିଲା l ପବିତ୍ର ଶୀତଳଷଷ୍ଠୀ ଦିନ ବିବାହ ଉତ୍ସବ, ଦ୍ଵିତୀୟ ଦିନ ଉତ୍ସ ତୃତୀୟ ଦିନ ସନ୍ଧ୍ୟାରେ ମା ପାର୍ବତୀଙ୍କୁ ବାବା ନୀଳକଣ୍ଠେଶ୍ଵର ସାଙ୍ଗରେ ଧରି ନଗର ପରିକ୍ରମା ସହିତ ଗୁଆଲି ପର୍ବ ମହାଡ଼ମ୍ବରରେ ପାଳନ ହୋଇଯାଇଥିଲା l ଏବଂ ସାତଦିନ ଧରି ବାବାଙ୍କ ଭିନ୍ନଭିନ୍ନ ନୀତିକାନ୍ତି ସହିତ ପ୍ରତିଦିନ ଶତାଧିକ ଭକ୍ତଙ୍କୁ ପ୍ରସାଦ ମାଗଣା ରେ ସେବନ ବ୍ୟବସ୍ଥା ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଭକ୍ତ କବି, ଲେଖକ, ପୂର୍ଣଚନ୍ଦ୍ର ଫାଉଣ୍ଡେସନ ର ଅଧକ୍ଷ ତଥା ଆଇନଜିବୀ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସହିତ ହେରାଗୋହିରି ସାହିର ସମସ୍ତ ସାହିବାସିନ୍ଦା ଏବଂ ଶ୍ରଦ୍ଧାଳୁ ମାନେ ସୁଚାରୁରୂପେ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
