ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ବୈଠକ ଓ ସଫେଇ ଅଭିଯାନ
ଛତ୍ରପୁର -ତା -୨୮/୮/୨୪(ଅରୁଣ କୁମାର ପଣ୍ଡା )ଆଗକୁ ଆସୁଛି ପାର୍ବଣ ଋତୁ। ତା ପୂର୍ବରୁ ସମସ୍ତ ଦେବୀ ପୀଠ ଚଳଚଞ୍ଚଳ ହୋଇପଡିଛି। ଏଥିରୁ ଛତ୍ରପୁରର ନିକଟବର୍ତୀ ନିଳାଦ୍ରୀପୁର ପର୍ବତ ଶିଖରରେ ସ୍ଥିତ ରାମଚଣ୍ଡୀ ପୀଠ ବାଦ ପଡ଼ିନାହିଁ। ଏହି କ୍ରମରେ କାଳୀୟଦଳନ ଏକାଦଶୀ ବା ବଡ଼ ଏକାଦଶୀ ପୂର୍ବରୁ ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର,ଓ ତ୍ରିପତି ବାଲାଜୀ ମିଶ୍ରଙ୍କ ଡାକରାରେ ଆଇ.ଆର.ଇ.ରେ କାର୍ଯ୍ୟରତ ଟୁଟୁ ନାୟକ, ମାଧବ ସାସମଲ, ଛତ୍ରପୁର କୋର୍ଟରେ କାର୍ଯ୍ୟରତ ଲକ୍ଷ୍ମୀଧର ପ୍ରଧାନ, ଓକିଲ ଲସିତ ବେହେରା, ମୁନା ଗୌଡ଼, ସମାଜସେବୀ ମନୋଜ ମିଶ୍ର, ଦିନେଶ ମହାନ୍ତି, ଯୋଗେଶ ସେଠି, ଦୀପକ ବେହେରା, ମନ୍ଦିର ମ୍ୟାନେଜର ସନ୍ତୋଷ ପଣ୍ଡା, ଉପେନ୍ଦ୍ର ବେହେରା ଓ ନିଳାଦ୍ରୀପୁର ଗ୍ରାମବାସୀ ପ୍ରମୁଖ ଯୋଗ ଦେଇ ଏହି ଶକ୍ତିପୀଠରେ ଏକ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହା ସକାଳ ୭ ଟା ରୁ ଆରମ୍ଭ ହୋଇ ଦିବା ୯.୩୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା l
ଆଜିର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ଭୁୟସୀ ପ୍ରଶଂସା କରିଥିଲେ। ଏହାପରେ ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର ପଣ୍ଡା, ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, କାର୍ଯ୍ୟକାରି ସଭାପତି ଦିବାକର ନାୟକ, ଶଙ୍କର ନାୟକ, ସୁଧୀର ମହାରଣା ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଆଗାମୀ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏହା ଗତବର୍ଷ ତୁଳନାରେ କେମିତି ଆହୁରି ଆଡମ୍ବରପୂର୍ଣ୍ଣ ହବ ତାହା ଉପରେ ବିଶେଷ ଧ୍ୟାନ ଦିଆଯିବା ନେଇ ଚର୍ଚ୍ଚା ହେଇଥିଲା l ଏହି ସୂଚନା ମନ୍ଦିର କମିଟି ସଂଯୋଜକ କମଳ ପଣ୍ଡା ସୂଚନା ଦେଇଥିଲେ l