May 30, 2026

ଗଜପତି:- ଜିଲ୍ଲାସ୍ତରୀୟ ୨୧ ତମ ପ୍ରାଣୀ ସମ୍ପଦ ଡିଜିଟାଲ ଗଣନା ୨୦୨୪ ଶୁଭାରମ୍ଭ ସମେତ ମୋବାଇଲ ଆପ ମାଧ୍ୟମରେ ଗଣନାକାରୀ ଓ ତଦାରଖକାରୀ ପ୍ରଶିକ୍ଷଣ

IMG-20240828-WA0046
Share

 

ଭାରତ ସରକାରଙ୍କ ଏନିମଲ ହଜବେଣ୍ଡ୍ରି ଏବଂ ଡାଇରିଂ ମନ୍ତ୍ରଣାଳୟଙ୍କ ପ୍ରାୟୋଜିତ ୨୧ ତମ ପଶୁପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଏହି ୨୧ ତମ ପ୍ରାଣୀସମ୍ପଦ ଡିଜିଟାଲ ଗଣନା ୨୦୨୪ କାର୍ଯ୍ୟକ୍ରମ ସମେତ ମୋବାଇଲ ଆପ ମାଧ୍ୟମରେ ଗନାନାକାରୀ ଓ ତାଦାରଖକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

ପାରଳାଖେମୁଣ୍ଡି ସ୍ଥିତ ଆରସେଟି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଡିଭିଓ: ଡ଼ାଃ ତୁଷାର ରଞ୍ଜନ ସାହୁ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଯୋଗଦେଇ ନିଷ୍ଠାପର ଓ ସଠିକ୍ ତଥା ନିର୍ଭୁଲ ଭାବେ ପଶୁପକ୍ଷୀ ଗଣନା କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ମଧ୍ୟ ଏ ଦିଗରେ ଗଣନାକାରୀ ମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସିୟୁଟିଏମ: ର ସ୍କୁଲ ଅଫ୍ ଭେଟରୀନାରୀ ଓ ଏନିମଲ ସାଇନ୍ସ ର ପ୍ରାଧ୍ୟାପକ ଡ଼ାଃ ଗିରିଶ ଚନ୍ଦ୍ର ମହାନ୍ତି ଯୋଗଦେଇ ସମସ୍ତ ଗଣାନାକାରୀ ଓ ତଦାରଖକାରୀ ମାନଙ୍କୁ ସଠିକ୍ ପ୍ରାନିଗଣନା କରିବା ଏବଂ ଏହା କିଭଳି ସରକାରଙ୍କୁ ସହାୟକ ହୋଇଥାଏ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ତଥା ଏସଡିଭିଓ: ଡ଼ାଃ ରମାକାନ୍ତ ରଣା ସମସ୍ତ ଗାନାନାକାରୀ ଓ ତଦାରଖ କାରୀ ମାନଙ୍କୁ ପ୍ରଶିକ୍ଷଣର ଆବଶ୍ୟକତା , ଗୁରୁତ୍ବ ଓ ତାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଡ଼ଃ ସୁଶାନ୍ତ ରଞ୍ଜନ ସାହୁ ଏବଂ ଜିଲ୍ଲା ଗୋ-ମଙ୍ଗଳ ସମିତିର ସଭାପତି ଶ୍ରୀ ହୃଷୀକେଶ ଗୌଡ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପ୍ରାଣୀସମ୍ପଦ ଗଣନା ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।

ପରେ ମୋବାଇଲ ଆପ ଓ ଦାସବୋର୍ଡ ମାଧ୍ୟମରେ ସଠିକ୍ ଓ ନିର୍ଭୁଲ ପ୍ରାଣୀ ଗଣନା ତଥ୍ୟ ସଂଗ୍ରହ କରିବା ସହ ଜିଲ୍ଲା ସ୍ତରକୁ ପଠାଇବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ରାୟଗଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ଲିମା ମହାନ୍ତି ସଂଯୋଜନା କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ବିଭାଗୀୟ ଉପନିର୍ଦ୍ଦେଶକ ଡ଼ାଃ ବିଧୁ ଶେଖର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ଡ଼ାଃ ନାରାୟଣ ମହାପାତ୍ର , ଡ଼ାଃ ଶ୍ରୀକାନ୍ତ ଖଟୁଆ , ଡ଼ାଃ ଶୁଭଙ୍କର ସେଟୀ , ଡ଼ାଃ ପ୍ରଭଞ୍ଜନ ପ୍ରଧାନ , ଶ୍ରୀ ବିଭୂତି ଭୁଷଣ ଗନ୍ତାୟତ ଏବଂ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-

You may have missed