ଅଡବା ଥାନା ଅଞ୍ଚଳରେ ଅବକାରୀ ଚଢାଉ ବିପୁଳ ପରିମାଣର ପୋଚ ଓ ମଦ ଜବତ ଜଣେ ଗିରଫ …

IMG-20240828-WA0038
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧୀନରେ ଥିବା ଆଲିଗଣ୍ଡା ଓ ଭାଲିଆସାହି ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଚାନକ
ଚଡାଉ କରି ୧୯୦୦ଲିଟର ମହୁଲ ପୋଚ ସହ ୧୪୦ ଲିଟର ଚୋରା ମହୁଲି ମଦ ଜବତ କରି ଆସାମୀ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ କମିଶନର ନରସିଂହ ଭୋଳ ଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ର ଜିଲ୍ଲାପାଳ ବିଜୟ କୁମାର ଦାସ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାରଙ୍କ ସହ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିକିଟି ବ୍ଲକ ମଦ ମୃତ୍ୟୁ ପରେ ଅଚାନକ ଚଡାଉ କରି ଆସାମୀଙ୍କୁ ଗିରଫ କରିବା ସଙ୍ଗେ ଚୋରା ମଦ ପ୍ରସ୍ତୁତି ଉପରେ ରୋକ ଲଗାଯାଉଥିବା ଦେଖିବାକୁ ମିଳୁଛି। ଏହିପରି ବିଭାଗ ବଣ ପାହାଡ ବୁଲି ଚୋରା ମଦ ପ୍ରସ୍ତୁତି ସ୍ଥାନ ଚିହ୍ନଟ କରି ନଷ୍ଟ କରୁଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏହିପରି ଯଦି ଅବକାରୀ ବିଭାଗ ପ୍ରସ୍ତୁତ ରହି ଚୋରା ମଦ ବିକ୍ରି ବନ୍ଦ କରିବ ତେବେ ବହୁ ଜୀବନ ବଞ୍ଚି ପାରିବ ବୋଲି ଆଲୋଚନା ହେଉଛି।