November 15, 2024

ରାୟଗଡା ଟ୍ରକ ମଲିକ ସଙ୍ଘ ପକ୍ଷରୁ ଆନ୍ଧ୍ର ଓଡିଶା ସୀମାନ୍ତ ଗୁମୁଡା ଠାରେ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ରାଲି 

Share

 

ରାୟଗଡା : ଆନ୍ଧ୍ର ଓଡିଶା ର ଲାଇଫ ଲାଇନ କୁହାଯାଉଥିବା ବିଶାଖପାଟନମ ରାଇପୁର ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଆଜି ରାୟଗଡା ଟ୍ରକ ମଲିକ ସଙ୍ଘ ପକ୍ଷରୁ ସଙ୍ଘ ର ସଭାପତି ଭେଂକଟେଶ୍ଵର ରାଓ ଓରଫ ୟାଲ୍ଲା କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଓଡିଶା ର ରାୟଗଡା ଓ ଆନ୍ଧ୍ର ପ୍ରଦେଶ ର ମାନ୍ୟମ ଜ଼ିଲ୍ଲା ର ସୀମାନ୍ତ ଗୁମୁଡା ଠାରେ ଏକ ରାଲି ର ଆୟୋଜନ କରାଯାଇଥିଲା l ସଙ୍ଘ ର ଶତାଧିକ କ ସଭ୍ୟ ଏହି ରାଲିରେ ଯୋଗ ଦେଇ ଏହି ରାସ୍ତାର ମରାମତି ସହିତ ପୁନଃରୁଦ୍ଧାର ପାଇଁ ଦାବି କରିଥିଲେ l ଏହି ରାସ୍ତା ଦେଇ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାରଖଣ୍ଡ କୁ ଦୈନାଦିନ ହଜାର ହଜାର ଟ୍ରକ, ସହିତ ଯାତ୍ରୀ ବାହୀ ବସ ସହିତ ରାୟଗଡା ରୁ ବହୁତ ଆମ୍ବୁଲାନ୍ସ ( ଜୀବନ ରକ୍ଷକ ଜାନ ) ଯାତାୟତ କରନ୍ତି l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏହି କି ଜେ ଏହି ରାସ୍ତା ଟି ଗୁମୁଡା ନିକଟରେ ଖାଲ ଖମା ରେ ପରିଣତ ହୋଇଛି l ଯୋଦ୍ୱାରା ଭାରି ଯାନ ମାନ ଓ ଆମ୍ବୁଲାନ୍ସ ଗୁମୁଡା ଠାରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି l ଏମିତିକି ଯେଉଁ ରୋଗୀ ମାନେ ରାୟଗଡା ରୁ ବିଶାଖପଟନମ ଯାଉଛନ୍ତି ଗୁମୁଡା ନିକଟରେ ବହୁ ସମୟ ଧରି ଅଟକି ରହିବା ଦ୍ୱାରା ମୃତ୍ୟୁ ବରଣ କରୁଥିବା ର ଖବର ମଧ୍ୟ୍ୟ ମିଳୁଛି l ଦୁର୍ଭାଗ୍ୟ ର ବିଷୟ ଏହିକି ଜେ ଆନ୍ଧ୍ର ସରକାର କୋଟି କୋଟି ଟଙ୍କା ଏହି ରାସ୍ତା ରୁ ରାଜସ୍ୱ ଆଦାୟ କରୁଛନ୍ତି କିନ୍ତୁ ରାସ୍ତା ର ମରାମତି ପାଇଁ ଧ୍ୟାନ ଦେଉନଥିବା ରୁ ବାଧ୍ୟ ହୋଇ ଆଜି ରାୟଗଡା ଟ୍ରକ ମଲିକ ସଂଘ ପକ୍ଷରୁ ଏକ ରାଲି କରାଯାଇ ରାସ୍ତା ର ପୁନଃଉଦ୍ଧାର ପାଇଁ ଦାବି କରିଥିଲେ ଆସନ୍ତା ସେପ୍ଟେମ୍ବର 15 ସୁଦ୍ଧା ଏହି ରାସ୍ତା ର ନିର୍ମାଣ କରିବା ପାଇଁ ଦାବି କରିଛନ୍ତି l ଆସନ୍ତା ସେପ୍ଟେମ୍ବର 15 ସୁଦ୍ଧା ଯଦି ଏହି ରାସ୍ତା ର ମରାମତି ନ କରିଲେ ଏହି ରାସ୍ତା କୁ ଅବରୋଧ କରି ଅନିର୍ଦ୍ଧିଷ୍ଟ ପାଇଁ ଆନ୍ଧ୍ର ଓଡିଶା ରାସ୍ତା କୁ ଗୁମୁଡା ଠାରେ ବନ୍ଦ କରାଯିବ ବୋଲି ଟ୍ରକ ମଲିକ ସଂଘ ରାୟଗଡା ପକ୍ଷରୁ କୁହାଯାଇଛି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ