ଭଂଜନଗରରେ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

IMG-20240824-WA0045
Share

ଭଂଜନଗର ବେଲଗୁଣ୍ଠା, ୨୪ ଅଗଷ୍ଟ : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ରାଜ୍ୟର ସମସ୍ତ କ୍ଲଷ୍ଟର ରେ ଆଜି ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ମାନଙ୍କର ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଶିକ୍ଷାର୍ଥୀ ମାନଙ୍କ ଏଫ୍ ଏଲ୍ ଏନ୍ ଅର୍ଥାତ ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ନିମନ୍ତେ ପ୍ରତ୍ୟେକ ମାସରେ ଭିନ୍ନ ଭିନ୍ନ ବିଦ୍ୟାଳୟ ଠାରେ ମାସିକ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ ଜୁନ୍ ମାସରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲୁ ରହିବ।

ଆଜି ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଲାଲସିଂ କ୍ଲଷ୍ଟର ବୁଦୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୨ ଟି ବିଦ୍ୟାଳୟ ର ପ୍ରାୟ ୧୮ ଜଣ ପ୍ରଧାନ ଶିକ୍ଷକ ଓ ଏଫ୍ ଏଲ୍ ଏନ୍ ଶିକ୍ଷକ ଉପସ୍ଥିତ ରହିଥିଲେ।

ସେହିପରି ଭଂଜନଗର ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ମୋହନ ସାହୁଙ୍କ ସଂଯୋଜନାରେ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ଏଫ୍ ଏଲ୍ ଏନ୍ ମଡେଲ ସ୍କୁଲ ଶ୍ରେଣୀ କକ୍ଷରେ ଅନୁଷ୍ଠିତ ଏହି ୩ ୟ କ୍ଲଷ୍ଟର ସ୍ତରୀୟ ସଭାକୁ ଖଲ୍ଲିକୋଟ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ଟିଚର ଏଜୁକେଟର ତଥା ଭଂଜନଗର ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ମାସିକ ସଭା ଆରମ୍ଭ କରିଥିଲେ। ଏହି ସଭାରେ ବଡକୋଦଣ୍ଡା କ୍ଲଷ୍ଟର ର ୧୧ ଟି ବିଦ୍ୟାଳୟ ର ପ୍ରାୟ ୧୧ ଜଣ ପ୍ରଧାନ ଶିକ୍ଷକ ଓ ୭ ଜଣ ଏଫ୍ ଏଲ୍ ଏନ୍ ଶିକ୍ଷକ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଖଲିକୋଟ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ର ଭଂଜନଗର ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା ସମସ୍ତ ଶିକ୍ଷକ ମାନଙ୍କୁ ଏଫ୍ ଏଲ୍ ଏନ୍ ର ଉଦେଶ୍ୟ, ଆବଶ୍ୟକତା, ଉପକାରିତା ଏବଂ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed