June 18, 2026

ପାଗଳା କୁକୁର ୪ ଛାତ୍ରଛାତ୍ରୀଙ୍କୁ କାମୁଡିଲା , ଲୋକଙ୍କ ମାଡରେ ମଲା 

IMG-20240816-WA0029
Share

ବୁଗୁଡ଼ା : ତା ୧୬/୦୮/୨୪ : କିଛି ଦିନ ତଳେ ଅନେକ ଲୋକଙ୍କୁ କାମୁଡି ଖଣ୍ଡିଆ ଖାବରା କରିଥିବା ପାଗଳା କୁକୁରଟିକୁ ଲୋକେ ବାଡାଇ ବାଡାଇ ମାରିଦେଇଥିବା ବେଳେ ଗତକାଲି ପୁଣି ଅନ୍ୟ ଏକ ପାଗଳା କୁକୁର କାମୁଡାରେ ପୁଣି ଚାରି ଜଣ ସ୍କୁଲ ପିଲା ଆହତ ହୋଇ ବୁଗୁଡା ମେଡିକାଲରେ ଚିକିତ୍ସିତ ହୋଇଥିବା ଜଣାଯାଇଛି । ଆହତ ପିଲାଏଁ ହେଲେ ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲର ଛାତ୍ର କ୍ଷିତେନ୍ଦ୍ର ବେହେରା (୭) , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରିୟାଙ୍କା ଦାଶ (୯) ଓ ଛାତ୍ର ଅମୀୟ ଅମ୍ରାନ୍ ଗୌଡ(୬) , ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ଛାତ୍ରୀ ସିମ୍ରନ୍ ସାହୁ ( ୫) । ପ୍ରକାଶ ଯେ , ଗତକାଲି ସ୍ବାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ସ୍କୁଲର ପିଲାମାନେ ନଗର ଭ୍ରମଣ କରୁଥିବା ସମୟରେ ମେଡିକାଲ ଛକ ନିକଟରେ କ୍ଷିତେନ୍ଦ୍ରଙ୍କୁ ପାଗଳା କୁକୁରଟି କାମୁଡି କ୍ଷତାକ୍ତ କରିଦେଇଥିଲା । ତାହାପରେ ସେ ଶିଶୁ ମନ୍ଦିର ହତା ମଧ୍ୟକୁ ପ୍ରବେଶ କରି ପ୍ରିୟାଙ୍କା ଓ ଅମୀୟଙ୍କୁ କାମୁଡି ଦେଇଥିଲା । ସନ୍ଧ୍ୟାରେ ନିଜ ଘର ଆଗରେ ଠିଆ ହୋଇଥିବା ବେଳେ ସିମ୍ରନଙ୍କୁ ମଧ୍ୟ ସେହି ପାଗଳା କୁକୁରଟି କାମୁଡି ଦେଇଥିଲା । ଫଳରେ ସହରରେ ପାଗଳା କୁକୁର ଆତଙ୍କ ଖେଳିଯାଇଥିଲା ବେଳେ ଲୋକେ ଭୟଭୀତ ଓ ଉତକ୍ଷିପ୍ତ ହୋଇ ସେହି ପାଗଳା କୁକୁରଟିକୁ ଖୋଜି ଖୋଜି ନୂଆଁ ବସଷ୍ଟାଣ୍ଡ ଠାରେ ପାଇଥିଲେ ଏବଂ ସେଠାରେ ହିଁ ତାକୁ ବାଡାଇ ବାଡାଇ ମାରି ଦେଇଥିଲେ ।

You may have missed