April 30, 2026

ତିର୍ତ୍ତୋଲ ପ୍ରେସକ୍ଲବ ପାଳନ କଲା ୭୮ ତମ ସ୍ୱାଧୀନତା ଦିବସ 

IMG-20240816-WA0028
Share

 

ତିର୍ତ୍ତୋଲ

:-ଇଂରେଜ ଶାସନର ଅବସାନ ପରେ ଭାରତ ଏବେ ସ୍ୱାଧୀନତା ପ୍ରାପ୍ତିର ୭୮ ତମ ଉତ୍ସବ ପାଳନ କରୁଛି ! ଭାରତ ଏକ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ସାର୍ଵଭୌମ୍ୟ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଙ୍କ ପ୍ରଣୀତ ସମ୍ବିଧାନ ଅନୁଯାୟୀ ରାଜନୈତିକ ଶାସନସର୍ବସ୍ବ ହୋଇ ଆସୁଛି ! କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହି ଯେ ସମ୍ବିଧାନ ର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ କୁ କୋଉଠି ନା କୋଉଠି ପରାଧୀନ ର ଶୃଙ୍ଖଳରେ ବାନ୍ଧି ଦିଆଯାଇଛି ବୋଲି ଅନୁଭବ ହେଉଛି ! ଆମେ ଜାତୀୟ ପତାକା ତଳେ ସଲାମୀ ମାରି ରାଷ୍ଟ୍ରୟଗାନ ସହିତ ବିଜୟର ନାରାବାଜି କରୁଥିବା ବେଳେ ଭାରତର ସରକାରୀ ସ୍ତରରେ ଥିବା ଉଚ୍ଚପଦସ୍ଥ ଅଫିସର କିମ୍ବା ରାଜନୈତିକ ନେତା ମୁଖ୍ୟ ଅତିଥି ବୋଲାଇ ଦାୟିତ୍ୱ ତୁଲାଇ ଦେଇ ଭୁଲିଯାଉଛନ୍ତି ଯେ ତାଙ୍କର ଏହି କାର୍ଯ୍ୟକୁ ଦେଶରେ ପହୁଞ୍ଚାଉ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ କଥା ! ୨୪ ଘଣ୍ଟା ଜାଗ୍ରତ ପ୍ରହରୀ ପରି ବିନା ଦରମାରେ କାର୍ଯ୍ୟ କରି କିପରି ଗୁଜୁରାଣ ମେଣ୍ଟାଉଛି ଜଣେ ସାମ୍ବାଦିକ ? ଯଦିଓ ପଡୋଶୀ ରାଜ୍ୟ ଏ ଦିଗରେ ଟିକେ ଆଗୁଆ ରହିଛି, ଆମ ଓଡିଶା ସରକାରଙ୍କ କଥା କହିଲେ ନସରେ ! କେବେ ଆଉ ନିଦ ଭାଙ୍ଗିବ ସରକାରଙ୍କର ! ସ୍ୱାଧୀନତା ଦିବସ ପାଳନ ଅବସରରେ ତିର୍ତ୍ତୋଲ ପ୍ରେସକ୍ଲବ ର ମୁଖ୍ୟପରାମର୍ଶଦାତା ଙ୍କର ଏହି ଥିଲା ପ୍ରତିକ୍ରିୟା ! ଦେଶ ସିନା ସ୍ୱାଧୀନତା ପାଇଗଲା, କିନ୍ତୁ ଦେଶ ଭିତରର ଅନେକ ବିଷୟ ଦୀର୍ଘ ୭୮ବର୍ଷ ଭିତରେ ସ୍ବାଧୀନତାର ସ୍ୱାଦ ଚାଖି ପାରି ନାହାନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି !ବାସ୍ତବରେ ଗଣମାଧ୍ୟମ ପ୍ରତି କଣ ସୁଵିଚାର ଆସିବ ନାହିଁ ? ସ୍ୱାଧୀନ ଭାବେ ପ୍ରତିନିଧି ମାନେ କଣ ହକ ପାଇବେନି ?କେତେକେତେ ବିଲ ପାସ ହୋଇ ଆଇନରେ ପରିଣତ ହେଉଛି କିନ୍ତୁ ଆଇନ କୁ ସହାୟତା କରୁଥିବା ରିପୋର୍ଟର ପାଇଁ ସରକାର କରିଛନ୍ତି କଣ ???

 

:-ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..