ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଗୋବେଲ ଗ୍ରାମରେ ସରକାରୀ ଅଧିକାରୀ ପହଞ୍ଚି କଲେ ସ୍ଥିତି ଅନୁଧ୍ୟାନ ..
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ର ଗୋବେଲ୍ ଗ୍ରାମକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ଗଣ। ସ୍ଥିତି ଅନୁଧ୍ୟାନ ଦଳରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ଉମା ଶଙ୍କର ମଲ୍ଲିକ, ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଆଶିଷ କୁମାର ଶତପଥୀ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ. ପ୍ରଦ୍ୟୁମ୍ନ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ଶିବରାମ ସାହୁ ପ୍ରମୁଖ ମିଳିତ ଭାବେ ଚାଲି ଚାଲି ମୁଖ୍ୟ ରାସ୍ତା ଠାରୁ ଗୋଵେଲ ଗ୍ରାମକୁ ଗସ୍ତ କରି ସ୍ଥାନୀୟ ଗ୍ରାମ ବାସି କିପରି ଯାତାୟାତ କରନ୍ତି ଏବଂ କିପରି ଚଳନ୍ତି ଅନୁଧ୍ୟାନ କରି ଫେରିଛନ୍ତି। ପୂର୍ବରୁ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳ ଙ୍କ ନିକଟରେ ରାସ୍ତା ନିର୍ମାଣ ନିମନ୍ତେ ଅନୁରୋଧ କରିଥିଲେ। ଜିଲ୍ଲାପାଳ ସ୍ଥାନୀୟ ଜନସାଧାରଣ ଅନୁରୋଧ କୁ ହୃଦୟଙ୍ଗମ କରି ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ମାଣ୍ଡିମେରା ମୁଖ୍ୟ ରାସ୍ତା ଠାରୁ ଗୋବେଲ ଗ୍ରାମ ପ୍ରାୟ ଚାରି କିଲୋମିଟର ଦୂର ହେବ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ରାସ୍ତା ରେ ଯିବା ଆସିବା କରିବା ପାଇଁ ବହୁତ କଷ୍ଟ ସ୍ଵିକାର କରିବାକୁ ପଡୁଛି ଅଞ୍ଚଳ ବାସୀଙ୍କୁ। ପ୍ରଶାସନ ର ଗସ୍ତ ପରେ ରାସ୍ତା ନିର୍ମାଣ ହେବ ବୋଲି ଆଶା କରିଛନ୍ତି ଅଞ୍ଚଳ ବାସୀ। ପ୍ରଶାସନ ସହ ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟ ସଙ୍ଗରେ ଥିବା ଦେଖିବାକୁ ମିଳିଛି। ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କଲେ ଲୋକ ଉପକୃତ ହେବେ ବୋଲି ଜଣାଇଛନ୍ତି