October 5, 2024

ମୁହଁରେ ପ୍ଲାଷ୍ଟିକ ଡବା ଲାଗିଥିବା କୁକୁରକୁ ଉଦ୍ଧାର କଲେ ପ୍ରାଣୀ ବିଭାଗ..

Share

 

 

ପଦ୍ମପୁର : (ଉପାନ୍ତ ଖବର) ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ର ଲୁହାଖାନ ଗ୍ରାମରେ ଗୋଟିଏ ବୁଲା କୁକୁରର ମୁହଁ ରେ ଏକ ପ୍ଲାଷ୍ଟିକ ଡବା ପଶି ଯାଇ ଥିବାରୁ ଲୋକଙ୍କ କହିବା ଅନୁସାରେ ପନ୍ଦର ଦିନ ଧରି ନ ଖାଇ ଗ୍ରାମ ରେ ଘରକୁ ଘର ପଶି ଯାଉଥିଲା। ଆଖି ପର୍ଯ୍ୟନ୍ତ ଡବା ପଶି ଯାଇଥିଲା। ଡବାଟି ଧଳା ରଙ୍ଗ ଥିବାରୁ କୁକୁରଟି ଦେଖି ପାରୁଥିଲା କିନ୍ତୁ ଖାଇ ପାରୁନଥୂଲା।ପ୍ରତ୍ୟେକ ଦିନ ପାଣିକୁ ପଶିଯାଉଥିଲା।ଡବାରେ ପାଣି ପଶିଗଲେ ସେହି ପାଣିକୁ ପିଇ ଜୀବନ ବଞ୍ଚାଇ ରଖିଥିଲା।ଘରକୁ ଘର ଯାଇ ସାହାଯ୍ଯ ଖୋଜୁଥିଲା। ଲୋକେ ସହାନୁଭୂତି ଦେଖାଉଥିଲେ କିନ୍ତୁ କାଲେ କାମୁଡି ଦେବ ଏହି ଭୟରେ କୁକୁରର ମୁହଁରୁ ପ୍ଲାଷ୍ଟିକ ଡବାକୁ କାଢ଼ି ପାରୁ ନ ଥିଲେ। ପ୍ରକୃତିବଂଧୁ ମୀନକେତନ ସାହୁ ଲୁହାଖାନ ଗ୍ରାମକୁ “ବଞ୍ଚିବା ପାଇଁ ଗଛଟିଏ” ପରିବେଶ ସଚେତନତା ଅଭିଯାନ ରେ ଯାଇ ଥିବା ବେଲେ ତାଙ୍କର ନଜର କୁ ଆସିବା ପରେ ସେ ସାମାଜିକ କର୍ମୀ ଦିପା ବାରିକ ସହାୟତାରେ ପ୍ରାଣୀ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାଣୀ ବିଭାଗ ତରଫରୁ ପ୍ରାଣୀ ଚିକିତ୍ସକ ଡାକ୍ତର ରୋଜାଲି ଭଞ୍ଜଦେଓ ନେତୃତ୍ବରେ ପ୍ରାଣୀଧନ ନିରିକ୍ଷକ ବୁଡାମାଲ ଓ ବରିକେଳର ଯଥାକ୍ରମେ ରେବତୀ ମେହେର ଓ ମୀନକେତନ ସାହୁ ପ୍ରାଣୀ ବିଭାଗ ର ଭ୍ରାମ୍ୟମାଣ ଭେନ୍ ଯୋଗେ ପହଞ୍ଚି ଲୋକଙ୍କ ସହାୟତାରେ କୁକୁରର ମୁହଁରୁ ପ୍ଲାଷ୍ଟିକ ଡବା କାଢ଼ି କୁକୁରକୁ ଉଦ୍ଧାର କରିଥିଲେ। ଏ ଅଂଚଳରେ ତାଲିମପ୍ରାପ୍ତ କୁକୁର ଧରିବା ଲୋକ(ଡଗ୍ କେଚର୍) ନ ଥିବାରୁ ଏଭଲି ଅନେକ କୁକୁର ସହାୟତା ଅଭାବରୁ ମୃତ୍ଯୁବରଣ କରୁଥିବାର ଓ ପାଗଳ ବୁଳା କୁକୁରର ଆତଙ୍କ ଯୋଗୁ ଲୋକେ ମଧ୍ଯ ହଇରାଣ ହେଉଥିବାର ଦେଖାଯାଏ। ପ୍ରତ୍ୟେକ ବ୍ଲକରେ ସରକାରଙ୍କ ତରଫରୁ ତାଲିମ ପ୍ରାପ୍ତ ଡଗ୍ କେଚର୍ ନିଯୁକ୍ତି ଦେବାକୁ ଦାବିହୁଏ। ବୁଲା କୁକୁର ବିପଦମୁକ୍ତ ସୁରକ୍ଷିତ ନିମନ୍ତେ ପ୍ରାଣୀ ବିଭାଗ ସହିତ ସିଆରପିସିଏମ୍ ଅନୀତା ଗଡତିଆ, ସୁକଦେବ ଗଡତିଆ,ଯୁଧିଷ୍ଠିର ବାରିକ, ବସୁଦେବ ମେହେର, ପ୍ରକୃତିବଂଧୁ ମୀନକେତନ ସାହୁ ଓ ଗ୍ରାମବାସୀଙ୍କ ଉଦ୍ୟମ ଅତୀବ ପ୍ରଶଂସନୀୟ।

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)