May 15, 2026

ବଞ୍ଚିବା ପାଇଁ ଗଛଟିଏ ଅଭିଯାନ..

IMG-20240723-WA0016
Share

 

 

ପଦ୍ମପୁର : (ଉପାନ୍ତ ଖବର) ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ର ଭେଲୁଆଁପଦର,ଲୁହାଖାନ, ବୁଡାମାଲ, ଗୁଠୁର୍ଲା ଓ ଖଇରପାଲି ପ୍ରଭୃତି ଗ୍ରାମରେ ବଞ୍ଚିବା ପାଇଁ ଗଛଟିଏ ଅଭିଯାନ ଆରମ୍ଭ ହୋଇ ଯାଇଛି।ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡର ସଂପାଦକ ପ୍ରକୃତିବଂଧୁ ମୀନକେତନ ସାହୁଙ୍କ ଆହ୍ବାନ କ୍ରମେ ଏମବିକେ ଗୀତାଞ୍ଜଳି ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଅଭିଯାନରେ ମୂଖ୍ଯ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ।ପ୍ରତ୍ୟେକ ଗ୍ରାମରେ ଏମବିକେ ଗୀତାଞ୍ଜଳି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାଗୁଡ଼ିକରେ ପ୍ରକୃତିବଂଧୁ ମୀନକେତନ ସାହୁ ଓ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ବିଶ୍ବ ଉତ୍ତାପନ ଓ ଜୀବ ଜଗତ ଉପରେ ଏହାର ପ୍ରଭାବ, ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ,ଶିଶୁଟିଏ ଗଛଟିଏ ସାରା ଜୀବନର ସାଥୀ ସିଏ, ମା ପାଇଁ ଗଛଟିଏ, ବଞ୍ଚିବା ପାଇଁ ଗଛଟିଏ ସଂପର୍କ ରେ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ପ୍ରତ୍ୟେକ ଗ୍ରାମରେ ସଭାରେ ଉପସ୍ଥିତ ଗ୍ରାମବାସୀଙ୍କୁ ପଣସ,ଓଉ, ଅଶୋକ ଓ ବଉଳ ଚାରା ପ୍ରଦାନ କରାଯାଇ ନିଜ ନିଜର ବାଡିରେ ଓ ରାସ୍ତା କଡରେ ରୋପଣ ପାଇଁ ପରାମର୍ଶ ଦିଆଯାଇଥିଲା। ବୁଡାମାଲ ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡିକରେ କୃଷିମିତ୍ର ପୁଷ୍ପାଞ୍ଜଳୀ ସାହୁ,ଦମୟନ୍ତୀ ମେହେର, ପ୍ରତିମା ମେହେର, ସିଆରପିସିଏମ୍ ସାବିତ୍ରୀ ସାହୁ,ଅନୀତା ଗଡତିଆ, ସୁଦେଷ୍ନା କୁମ୍ଭାର,ଡିଲେଶ୍ବରୀ କୁମ୍ଭାର, ଉକିଆ ଅମରୀ,ଧନମତୀ ଅମରୀ,ଅଷ୍ଟମୀ ମେହେର, ରଶ୍ମିତା ମେହେର, ବିଣାପାଣୀ ସାହୁ, ପ୍ରାଣୀମିତ୍ର ତନୟା ରଣା ଓ ସବିତା ମେହେର ପ୍ରମୁଖ ବଞ୍ଚିବା ପାଇଁ ଗଛଟିଏ ଅଭିଯାନ ରେ ସକ୍ରୀୟ ଅଂଶ ଗ୍ରହଣ କରି ଗ୍ରାମବାସୀଙ୍କୁ ଚାରା ପ୍ରଦାନ ସହିତ ବୃକ୍ଷ ରୋପଣ କରାଇ ଜୀବ ଜଗତ ତଥା ଧରିତ୍ରୀ ମାଁର ସୁରକ୍ଷା ନିମିତ୍ତ ଜନ ସଚେତନତା ସୃଷ୍ଟି କରିଥିଲେ।

 

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ (ଉପାନ୍ତ ଖବର)