August 25, 2026

ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ବୈଠକ

IMG-20240721-WA0033
Share

 

ବୁଗୁଡ଼ା : ତା ୨୧/୦୭/୨୪ : ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକ ଅବସରରେ ଆସନ୍ତା ସେପ୍ଟେମ୍ବର ଏକ ତାରିଖ ଦିନ ଟ୍ରଷ୍ଟ ପକ୍ଷରୁ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ ଉତ୍ସଵ ଅନୁଷ୍ଟିତ ହେବ ଏବଂ ଏଥିରେ ଟ୍ରଷ୍ଟର ନିୟମାନୁସାରେ ବରିଷ୍ଠ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଏଥି ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ ଏବଂ ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ନେଇ ସ୍ଥିର କରାଯାଇଥିଲା । ଏହି ବୈଠକରେ ସଂପାଦକ ପ୍ରକାଶ ରଥ ବିବରଣୀ ପାଠ କରିଥିବାବେଳେ ବଂଶୀଧର ଦାଶ ବେଦପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକାରୀ ସଭପତି ହରେକୃଷ୍ଣ ପାତ୍ର,ସହ ସଂପାଦକ ପ୍ରଭାକର ସ୍ୱାଇଁ , କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ନାୟକ , ସମୀକ୍ଷକ ରାମକୃଷ୍ଣ ସାହୁଙ୍କ ସମେତ କାର୍ଯ୍ୟକାରୀ ପରିଷଦ ସଦସ୍ୟ ବୃନ୍ଦ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।