November 25, 2024
Share

୧-ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ: ବିଜ୍ଞାନରେ ୫୫.୨୯,କଳାରେ ୮୮.୫୭ ଓ ବାଣିଜ୍ୟରେ ୭୭.୬୯% ପାସ୍।

୨-ଭୁବନେଶ୍ୱର:ଆଜି ପ୍ରକାଶ ପାଇବ +୨ ପ୍ରଥମ କଟ୍‌ଅଫ୍ ମାର୍କ।

୩-ରତ୍ନବେଦୀକୁ ଫେରିଲେ ନୀଳାଦ୍ରିନାଥ, ଭାବାବେଗରେ ଭିଜିଲା ସିଂହଦ୍ଵାର।

୪-ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ୨୨ ତାରିଖ ସୋମବାର ଠାରୁ ଆରମ୍ଭ, ସେଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।

୫-ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ।

୬-ମୋହନା:ଲଖାରି ଅଭୟାରଣ୍ୟରୁ ୪ ଶିକାରୀ ଗିରଫ,ଦେଶୀ ବନ୍ଧୁକ,ବାରୁଦ ଏବଂ ବାଟୁଳା ଜବତ।

୭-ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା,ଲାଞ୍ଚ ନେଉଥିଲେ କେନ୍ଦୁଝର ଜିଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ।

୮-ରୋଚକ ମୋଡ଼ରେ ମାଲକାନଗିରି ITDA ମାମଲା, ଅଭିଯୋଗ କରି ଫସିଲେ କନିଷ୍ଠ ଯନ୍ତ୍ରୀ।

୯-ଘରୋଇ ହିଂସା ଓ ନିର୍ଯାତନା ମାମଲା : କୋର୍ଟରେ ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା

୧୦-ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ, ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍।

୧୧-ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ, ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୩ ତାରିଖ ଯାଏଁ ବର୍ଷା ସମ୍ଭାବନା।

୧୨-ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର, ମୁଣ୍ଡ ଭିତରୁ ବାହାର କରାଗଲା ୭୦ଟି ଇଞ୍ଜେକେସନ ଛୁଞ୍ଚି।

୧୩-ଫୁଲବାଣୀ:ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ।

୧୪-ନୂଆଦିଲ୍ଲୀ:ସଂସଦର ମୈ।ସୁମୀ ଅଧିବେଶନରେ ଆସିବ ୬ ନୂଆ ବିଧେୟକ।

୧୫-ଜେଲ ଯିବେ, ଚାକିରୀ ବି ଯିବ – ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର।

୧୬-ଭାରତୀୟ ନୌସେନାରେ ପୂରଣ ହେବ ୭୦୦ରୁ ଅଧିକ ପଦବୀ; ଦଶମ ପିଲା ବି କରିବେ ଆବେଦନ।

୧୭-ଟି-୨୦ ମହିଳା ଏସିଆ କପ ୨୦୨୪: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ।

୧୮-ମାଇକ୍ରୋସଫ୍ଟ ସର୍ଭର ଅଚଳ ପରେ ସାରା ବିଶ୍ୱରେ ହଇଚଇ । ବିଭିନ୍ନ ଦେଶରେ ବିମାନ, ବ୍ୟାଙ୍କ, ମେଡିକାଲ, ଜରୁରୀ ଅନଲାଇନ ସେବା ପ୍ରଭାବିତ।

୧୯-ଚିଲିରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେ‌ଲରେ ତିବ୍ରତା ୭.୪, ଆର୍ଜେଣ୍ଟିନା ସମେତ ଏକାଧିକ ଦେଶ ଥରିଲା।

୨୦-ଆମେରିକା:୩୭୩ କୋଟିରେ ନିଲାମ ହେଲା ଡାଇନୋସର କଙ୍କାଳ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed