June 29, 2026

ବିଲ ରେ ଧାନ ରୋଇବା ସମୟ ରେ ବଜ୍ର ପ।ତ ରେ ୧୩ ମହିଳା ଶ୍ରମିକ ଆହତ, ୨ ଗୁରୁତର…….

IMG-20240720-WA0002
Share

ଉମରକୋଟ-(ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ଡ।ବୁଗା ବ୍ଲକ୍ ଅନ୍ତର୍ଗତ ଧନପୁର। ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟା ୪/୩୦ ସମୟ ରେ ଧନପୁର। ଗ୍ରାମ ର ପ୍ରାୟ ୧୫ ଜଣ ମହିଳା ଶ୍ରମିକ ଏକ ଧାନ ଜମି ରେ ଧାନ ରୁଆଁ କରିବା ସମୟ ରେ ପ୍ରବଳ ବର୍ଷା ସହ ଘଡ ଘଡି ଓ ବିଜୁଳୀ ଥିଲା। ଅଚାନକ ଏହି ସମୟ ରେ ବଜ୍ରପାତ

ହେବାରୁ ୧୩ ମହିଳା ଶ୍ରମିକ ବେହୋସ ହୋଇ ବିଲ ରେ ହିଁ ପଡି ଯାଇଥିଲେ। ତେବେ ସେଥି ମଧ୍ୟରୁ ଅକ୍ଷତ ଅବସ୍ଥାରେ ଥିବା ୨ ଜଣ ମହିଳା ଶ୍ରମିକ ଧାଈ ଧାଇ ଗାଁ ରେ ଯାଇ ଖବର ଦେଇ ଥିଲେ।ତୁରନ୍ତ ଗ୍ରାମ ବାସି ବଳେର, ସ୍କ୍ରୋପିଓ ଓ ଟ୍ର।କ୍ତର ରେ ସବୁ ୧୩ ଜଣ ମହିଳା ଶ୍ରମିକ ଙ୍କୁ ଉମରକୋଟ ହସ୍ପିଟାଲ୍ କୁ ଆଣି ଭର୍ତ୍ତି କରାଇ ଥିଲେ। ଆହତ ମହିଳା ଶ୍ରମିକ ମାନେ ହେଲେ ମଞ୍ଚାବତୀ କନ୍ଧପାନ (50),ଧନମତି କନ୍ଧପାନ (38)ସତ୍ୟାବତୀ କନ୍ଧପାନ(52)ରୁକ୍ମଣୀ କନ୍ଧପାନ(୩୦) ନିକିତା କନ୍ଧପା(20) ରତ୍ନାବତୀ କନ୍ଧପାନ (55)ଗୋମତୀ କନ୍ଧପାନ(35)ମଙ୍ଗରି ଗାଣ୍ଡା (35) ମନ୍ଦନା ଗାଣ୍ଡା (54) ପାର୍ବତୀ ଭତରା (18) ଲକ୍ଷ୍ମୀ ମୁଣ୍ଡା (19)ମିନା ମୁଣ୍ଡା (24) ରେଖା କନ୍ଧପାନ(28)। ଏମାନେ ସମସ୍ତେ ମହିଳା ଶ୍ରମିକ ଙ୍କ ଘର ଧନପୁରା ଗ୍ରାମ ପଞ୍ଚାୟତ ର ଧନ ପୁରା ହେଇ ଥିବା ବେଳେ ରେଖା କନ୍ଦ ପାଣ ଙ୍କ ଘର ନିକଟସ୍ତ ମ।ଝିଆ ଗ୍ରାମ ର। ଏମାନଙ୍କୁ ମଧ୍ୟ ରୁ ୨ଜଣ ମହିଳା ଶ୍ରମିକ ଙ୍କ ର ଅଵସ୍ଥା ଗୁରୁତର ହେବାରୁ ଚିକିତ୍ସା କରୁ ଥିବା ଡକ୍ଟର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇ ଥିବା ସୁଚନା ମିଳିଛି। ସେମାନେ ହେଲେ ନିକିତା କନ୍ଧ ପାଣ ଓ ପାର୍ବତୀ ଭତ୍ର। ଅନ୍ୟ ସମସ୍ତ ୧୧ ଶ୍ରମିକ ବିପଦ ମୁକ୍ତ ଥିବା ଚିକିତ୍ସା କରି ଥିବା ଡକ୍ଟର କହିଛନ୍ତି।

You may have missed