October 5, 2024

ଯୁବ ବିଧାୟକ କୃଷ୍ଣ ଙ୍କ ବଦାନ୍ୟତା ନିଜ ପ୍ରଥମ ଦରମାରୁ ୨୫୦୦୦ଚେକ ପ୍ରଦାନ କଲେ ରୋଗୀ ସେବାରେ..

Share

 

ଛତ୍ରପୁର -୧୬/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଳକ ଅନ୍ତର୍ଗତ ତୁଡୁକ ପଲ୍ଲୀ ଗ୍ରାମର ହନୁମାନ ମନ୍ଦିର ପୂଜକ ଶ୍ରୀ ଲିଟୁ ପଣ୍ଡା ହଠାତ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ କୋମାକୁ ଚାଲିଯାଇଛନ୍ତି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ICU ରେ ଚିକିତ୍ସିତ ଅଛନ୍ତି ଲିଟୁ ପଣ୍ଡାଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ ଏହି ଖବର ପାଇବା ପରେ ଛତ୍ରପୁର ଯୁବ ବିଧାୟକ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ତୁରନ୍ତ ହସ୍ପିଟାଲ କତୃପକ୍ଷଙ୍କ ସହିତ ଆଲୋଚନା କରି ଯଥା ସମ୍ଭବ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାପାଇଁ ଆଲୋଚନା କରିଛନ୍ତି ଏବଂ ବିଧାୟକ ନିଜ ପ୍ରଥମ ଦରମାରୁ ୨୫000 ଟଙ୍କାର ଏକ ଚେକ ତାଙ୍କ ମାଆକୁ ପ୍ରଦାନ କରିଛନ୍ତି ଛତ୍ରପୁର ବିଧାୟକ ନିର୍ବାଚିତ ହେବାପରେ କୃଷ୍ଣ ଚନ୍ଦ୍ର ନାୟକ ଅଚାନକ ଭାବେ ମେଡିକାଲ ପରିଦର୍ଶନ କରିବା ସହ ରୋଗୀ ଙ୍କୁ କିଭଳି ଭାବରେ ସେବା ମିଳୁଛି ତାର ତଦାରଖ କରିଥିଲେ ଏବଂ ବିଭିନ୍ନ ସମୟରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ବିଧାୟକ ନିଜେ ହସ୍ପିଟାଲ କୁ ଆଣି ତାଙ୍କର ଚିକିତ୍ସା କରାଇବାର ମଧ୍ୟ ଦେଖାଯାଇଛି ଏଣୁ ଯୁବ ବିଧାୟକ ଙ୍କ ଏଭଳି ସେବା ମନୋଭାବ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମସ୍ତିସ୍କ ରୋଗ ରେ ଆକ୍ରାନ୍ତ ଥିବା ଲିଟୁ ପଣ୍ଡା ପରିବାର ପ୍ରତି ସାହାଯ୍ୟ ଏହାର ଏକ ଅନନ୍ୟ ଉଦାହରଣ। ବିଧାୟକ ଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଙ୍ଘ ସଭାପତି ପ୍ରଦୀପ ପାଢ଼ୀ ବରିଷ୍ଠ ଓକିଲ ପଦ୍ମ ସାହୁ ଶ୍ରମିକ ନେତା N. ଦୁର୍ୟୋଧନ ରେଡ୍ଡୀ,ଗଞ୍ଜାମ ର ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।