June 29, 2026

Fainance ର କଲେକ୍ସନ କରୁଥିବା ଷ୍ଟାଫ୍ ମାନଙ୍କ ର ଅତ୍ୟନ୍ତ ଜୁଲମ୍ ଗିରି ,, ଗୋଟିଏ ପରିବାରର ୩ ମୃତ୍ୟୁ,

IMG-20240714-WA0040
Share

 

ଋଣ ବୋଝରେ ଦମ୍ପତି: ବିଷ ପିଇ ସ୍ତ୍ରୀ ମୃତ‌ ,, ୧ ଦିନ ପରେ ସ୍ୱାମୀ ଓ ଶଶୁର ମୃତ୍ୟୁ

 

 

ନୀଳଗିରି: ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଅଞ୍ଚଳବାସୀଙ୍କଠାରେ ଉଦବେଗ ଭରି ଦେଇଛି।

ଋଣ ବୋଝ ସହି ନପାରି ଦମ୍ପତି ବିଷ ପିଇ ଦେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ଗୁରୁତର ହୋଇଥିବା ସ୍ୱାମୀ ଡାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଛନ୍ତି।

ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ସ୍ୱରୂପାନନ୍ଦ ଦେବଗୋସ୍ୱାମୀ(୪୫) ଏବଂ ତାଙ୍କ ସ୍ତ୍ରୀ ସୁଶ୍ରୀସଂଗୀତା(୪୦) ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଓ ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲେ। ଏହି ଋଣ ଟଙ୍କାରେ ସେମାନେ ହଲର୍‍ ଏବଂ ମୁଢ଼ିଭଜା ମେସିନ ବସାଇ ବ୍ୟବସାୟ କରୁଥିଲେ। ଏଥିରେ ଯାହା ଦି’ ପଇସା ମିଳୁଥିଲା, ସେଥିରେ ଚଳିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା।

ବ୍ୟବସାୟରେ ବାରମ୍ବାର କ୍ଷତି ଘଟିବାରୁ ଏମାନେ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇ ପଡ଼ିଥିଲେ ।

ସେପଟେ ଋଣ ଦେଇଥିବା ସଂସ୍ଥାର ବାରମ୍ବାର ଅତ୍ୟଧିକ ତାଗିଦ ତଥା ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶେଷରେ ଏହି ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ବିଷ ପିଇଥିବା ସମ୍ପର୍କରେ ପରିବାର ଲୋକେ ଜାଣି ସେମାନଙ୍କୁ ପ୍ରଥମେ ନୀଳଗିରି, ଓ ବାଲେଶ୍ୱର ମେଡିକାଲ କଲେଜ ଏବଂ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ। ସେଠାରୁ ପୁଣି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସୁଶ୍ରୀ ସଂଗୀତାଙ୍କ ମୃତ୍ୟୁ ଘଟିଛି।

ସ୍ୱାମୀ ସ୍ୱରୂପାନନ୍ଦ ସମ୍ପ୍ରତି ଭେଣ୍ଟିଲେଟର ଭିତରେ ମରଣ ସହ ସଂଗ୍ରାମ କରୁଛନ୍ତି। ଆଜି ପୁରୀ ସ୍ୱର୍ଗଃଦ୍ୱାରରେ ମୃତ ସ୍ତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି ।

ସେପଟେ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଥିବା ( ସ୍ଵାମୀ ) ସ୍ୱରୂପାନନ୍ଦ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି,

ତାଙ୍କ ମରିବା ଖବର ପାଇବା କିଛି ସମୟପରେ ( ବାପା )

ଜୟାକୃଷ୍ଣା ନନ୍ଦ ଦେବଗ୍ୱସାମୀ ( ୭୦ ) ସେ ମଧ୍ୟ ଗ୍ରାମ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି,,

ଏଭଳି ଏକ ଦୁଃଖଦ ଖବର ସାରା ଅଞ୍ଚଳରେ‌ ଶୋକର ଛାୟା ଖେଳିଯାଇଛି,,,

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,

You may have missed