October 5, 2024

ଶ୍ରୀ ବଳଦେବଜୀଉ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ 

Share

ବୁଗୁଡା : ତା ୧୦/୦୭/୨୪ : ସ୍ଥାନୀୟ ଶ୍ରୀ ବଳଦେବଜୀଉ ମହିଳା ମହାବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ମହାବିଦ୍ୟାଳୟ ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ରୋପଣ ପରେ ବନାଞ୍ଚଳ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ନାରା ” ମାଆ ପାଇଁ ଗଛଟିଏ”ର ଯଥାର୍ଥତା ସମ୍ପର୍କେ ଆଲୋକପାତ କରିବା ସହିତ ,ବୃକ୍ଷର ମହାତ୍ମ ବର୍ଣ୍ଣନା ପୂର୍ବକ ବୃକ୍ଷ ରୋପଣ ନିମନ୍ତେ ସମସ୍ତଙ୍କୁ ସଚତେନ କରିଥିଲେ । ଏହି ଅବସରରେ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି ପାଇଁ ସଙ୍କଳ୍ପବଦ୍ଧ ସମସ୍ତ ଛାତ୍ରୀଙ୍କୁ ବନ ବିଭାଗ ପକ୍ଷରୁ ବିଭିନ୍ନ ବୃକ୍ଷର ଚାରା ଚାରା ବଣ୍ଟନ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଥିଲେ ।