June 19, 2026

ବିଜେଡିର ଯୋଗ ଦେଲେ କଂଗ୍ରେସ ନେତା ନବକୃଷ୍ଣ ପଣ୍ଡା ଙ୍କ ସହ କର୍ମୀ….

lokj
Share

 

 

ଗଞ୍ଜାମ ସହର ର ବରିଷ୍ଟ କଂଗ୍ରେସ ର ଆଗ ଧାଡ଼ିର ନେତା ନବକୃଷ୍ଣ ପଣ୍ଡା ଦୀର୍ଘ ବର୍ଷର ସମ୍ପର୍କକୁ ପରିତ୍ୟାଗ କରି ରବିବାର ତାଙ୍କ ତାଧିକ ସମର୍ଥକ ଙ୍କୁ ନେଇ ବିଜେଡିରେ ଯୋଗ ଦେଇଛନ୍ତି l ଗଞ୍ଜାମ ସହର ସ୍ଥିତ ଏଲାମ୍ମା ମନ୍ଦିରରେ ବିଜେଡିର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ପାର୍ଥୀ ସୁବାସ ଚନ୍ଦ୍ର ବେହେରା ତାଙ୍କୁ ଦଳୀୟ ଉପଢୌକନ ପ୍ରଦାନ କରି ବିଜେଡିରେ ସାମିଲ କରିବା ସହ ଏହି ମିଶ୍ରଣ ଦ୍ୱାରା ଗଞ୍ଜାମ ରେ ବିଜୁ ଜନତା ଦଳ ର ଶକ୍ତି ବୃଦ୍ଧି ଘଟିବ ବୋଲି ମତବ୍ୟକ୍ତ କରିଥିଲେ l ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ ବିକାଶ୍ନମୁଖୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏବଂ ପୂର୍ବତନ ବିଧାୟକ ଶ୍ରୀ ବେହେରାଙ୍କ ଦୃଢ଼ ନେତୃତ୍ୱ କୁ ଆଧାର କରି ବିଜେଡିରେ ସାମିଲ ହେଲେ ବୋଲି ବରିଷ୍ଟ ନେତା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ l
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅବର୍ଜରବର ନାରାୟଣ ପ୍ରସାଦ ଜେନା, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଗଞ୍ଜାମ ନଗର ସଭାପତି ସୁଧିର କୁମାର ପାଢ଼ୀ ପୂର୍ବତନ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକି, ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଯୁବ ନେତା ଅକ୍ଷୟ ସ୍ୱାଇଁ, ଧରଣୀଧର ସାହୁ ପ୍ରମୁଖ ଦଳରେ ସାମିଲ ହୋଇଥିବା ନେତା ଓ କର୍ମି ମାନଙ୍କୁ ସ୍ୱାଗତ କରିଥିଲେ l
ନବକୃଷ୍ଣ ପଣ୍ଡା ଙ୍କ ସମେତ ନଗର କଂଗ୍ରେସ ସମ୍ପାଦକ ଟୁନା ଶତପଥୀ, ଉପସଭାପତି ହର ପ୍ରସାଦ ଜେନା, ବିଦି ଦୋରା, ପୂର୍ଣ୍ଣ ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ଭୋଳାନାଥ ବେହେରା, ପ୍ରମୋଦ ବେହେରା, ପ୍ରାଣନାଥ ବେହେରା, ସଦାନନ୍ଦ ବେହେରା, ଦୁତୀୟା ସାହୁ, ତ୍ରିନାଥ ଜେନା, ଦଣ୍ଡପାଣି ବେହେରା, ବ୍ରଜ ସୁନ୍ଦର ପଣ୍ଡା, ପ୍ରଶାନ୍ତ ଚନ୍ଦ୍ର ନାୟକ, ଆର. ଦୁର୍ଯ୍ୟୋଧନ ରେଡି, ଲିଟୁ ଗୌଡ଼, କୀର୍ତ୍ତନ ମହାରଣା କେଞ୍ଚୁ ମହାଙ୍କୁଡ଼, ଏସ ପି ଗଙ୍ଗାରାମ ଦୟାନିଧି ତରାସୀଆ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମି ବିଜେଡିରେ ସାମିଲ ହେବା ସହ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ପୁଣି ଥରେ ସୁବାସ ଚନ୍ଦ୍ର ବେହେରାଙ୍କୁ ବିପୁଳ ଭୋଟ ରେ ବିଜୟୀ କରାଇବାକୁ ସଂକଳ୍ପ ନେଇଥିଲେ l(ପ୍ରଦୀପ କୁମାର ପଣ୍ଡା)

You may have missed