ମଲାଡ଼, କରପଡା ଓ ରାଜପୁର ପଞ୍ଚାୟତରେ ସୁବାଷ ବେହେରା ଙ୍କ ଭୋଟ ଭିକ୍ଷା,ବିଜେଡିର ଜୋରଦାର ପ୍ରଚାର

bhubno
Share

 

ଗଞ୍ଜାମ :ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆଜି ଠାରୁ ପଞ୍ଚାୟତ ଠାରୁ ପଞ୍ଚାୟତ ଘର ଠୁ ଘର ଜୋରଦାର ଆରମ୍ଭ ହୋଇଛି l ବିଜୁ ଜନତା ଦଳର ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହିତ ଯୋଡି ଶଙ୍ଖ ବିକାଶର ପରିଚୟ, ଏଣୁ ଚଳିତ ନିର୍ବାଚନରେ ଯୋଡି ଶଙ୍ଖରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । ରବିବାର ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ବହୁ ଦଳୀୟ ନେତା କର୍ମୀ ମାନେ ମଲାଡ଼, କରପଡା ଓ ରାଜପୁର ପଂଚାୟତ ରେ ପ୍ରଚାର କରିଛନ୍ତି । ଏହା ସହିତ ଓଡିଶାର ଜନ ନାୟକ ପାଞ୍ଚ ଥର ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁଁ ସଂକଳ୍ପ ନେବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିକାଶ ଧାରା ବଜାୟ ରଖିବା ସହ ଶାନ୍ତି ଶୃଙ୍ଖଳା ରହିବା ନିମନ୍ତେ ବିଜୁ ଜନତା ଦଳକୁ ସମର୍ଥନ କରନ୍ତୁ ବୋଲି ପୂର୍ବତନ ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି ଅବସରରେ ଶତାଧିକ ଦଳୀୟ କର୍ମୀ ଓ ବିଭିନ୍ନ ଗ୍ରାମର ମହିଳା ଓ ଭଦ୍ର ବ୍ୟକ୍ତି ମାନେ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଉଛନ୍ତି । ଏହି ପ୍ରଚାର ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପ୍ରସାଦ ଜେନା, ଯୁବନେତା ଜ୍ୟୋତି ରଞ୍ଜନ ସାହୁ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡୀ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଯୁବ ବିଜେଡି ଗଂଜାମ ନଗର ସଭାପତି ସୁଧୀର କୁମାର ପାଢୀ,ଛାତ୍ର ସଭାପତି ରାକେଶ ରଞ୍ଜନ ଦାଶ,ଗଞ୍ଜାମ ବ୍ଲକ ସଭାପତି ଇନ୍ଦ୍ରମଣି ଦଳାଇ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟାକ୍ଷ ନୀଳାଞ୍ଚଳ ବାରିକି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ,ପୂର୍ବତନ ମଲାଡ଼ ସରପଞ୍ଚ ଟି. ଜୟନ୍ତୀ ପ୍ରମୁଖ ଙ୍କ ସମେତ ତିନୋଟି ପଞ୍ଚାୟତର ବହୁ ମହିଳା, ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମଲାଡ଼ ପଞ୍ଚାୟତ ରେ ନିର୍ବାଚନ ପ୍ରଚାର ସମୟରେ ବିଜେପି ଛାଡି ବିଜେଡିରେ ଯୋଗଦେଲେ ଛତ୍ରପୁର ବ୍ଲକ ପୋଟଲାମପୁର ର ସୁଦାମ ସାହୁ ଓ ପ୍ରତାପ ବିଶ୍ୱାଳ ଙ୍କ ସହ ତାଙ୍କ ସମର୍ଥକ l ସେହିପରି ଅପରାହ୍ନରେ ବିଧାୟକ ଶ୍ରୀ ବେହେରା ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିଥିଲେ ।

(ପ୍ରଦୀପ କୁମାର ପଣ୍ଡା)

 

You may have missed