June 27, 2026

ଆଶୁତୋଷ ଓ ତାଙ୍କ ଟିମ କଂଗ୍ରେସ ଛାଡି ବିଜେଡିରେ ସାମିଲ୍

nkm
Share

ସମ୍ବଲପୁର: ସମ୍ବଲପୁର କଂଗ୍ରେସର ଯୁବ ନେତୃ୍ତ୍ୱରେ ପଡିଲା ଶୂନ୍ୟତା।ଆଜି ସମ୍ବଲପୁର ଜିଲ୍ଲାର ବହୁ ଯୁବ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି।
ପିସିସି ସଂପାଦକ ତଥା ଓବିସି ସେଲର ଉପାଧ୍ୟକ୍ଷ ଆଶୁତୋଷ ସ୍ୱାଇଁ ତାଙ୍କର ନିଜ ପୁରା ଟିମ୍ କଂଗ୍ରେସ ଛାଡି ଭୁବନେଶ୍ବର ଶଙ୍ଖ ଭବନରେ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଛନ୍ତି।
ଶ୍ରୀ ସ୍ୱାଇଁଙ୍କ ସହିତ ସମ୍ବଲପୁର ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର, ଏନଏସୟୁଆଇ ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପୃଷେଠ,ସମ୍ବଲପୁର ବିଧାନସଚଭା କ୍ଷେତ୍ର ସଭାପତି ଶେଖ ହସିମ୍,ନଗର ସଭାପତି ସରୋଜ ବନଛୋର,ଯୁବ ସାଧାରଣ ସଂପାଦକ ବିକାଶ ବେହେରା,ନିଳକଣ୍ଠ ମେସୁଆ,ସମ୍ବଲପୁର ଯୁବ ସଂପାଦକ ଦିବାକର ବାଗ୍ ଓ ସମ୍ବଲପୁର ଲୋକସଭା ମିଡିଆ ସଂଯୋଜକ ମୁକେଶ ନାୟକ କଂଗ୍ରେସ ଛାଡି ଆଜି ବିଜେଡିରେ ଯୋଗ ଦେଇଛନ୍ତି।