May 20, 2024
Share

 

୧-ପ୍ରକାଶ ପାଇଲା ଜେଇଇ ମେନ ସେସନ୍-୨ ରେଜଲ୍ଟ: ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶହେ ପ୍ରତିଶତ ନମ୍ବର।

୨-ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କମ୍ପାନୀ ସଶସ୍ତ୍ର ପୋଲିସ ମୁତୟନ।

୩-ନିର୍ବାଚନ ପାଇଁ ଆକାଶରେ ଭିଡ଼, ପ୍ରଚାର ପାଇଁ ବଢୁଛି ହେଲିକପ୍ଟର ଚାହିଦା।

୪-ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ,ମେ ୧୩ରେ ଭୋଟ ଗ୍ରହଣ।

୫-ଆଉ ଚାରି ଦିନ ଅସମ୍ଭାଳ ତାତି,ମେ ଦ୍ବିତୀୟ ସପ୍ତାହ ପଯ୍ୟନ୍ତ କଲବଲ କରିବ।

୬-ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଆଜି,୫ ଲୋକସଭା,୩୫ ବିଧାନସଭା ଆସନ ପାଇଁ ମେ’ରେ ହେବ ମତ ଦାନ।

୭-କଟକ:SCBରେ ସ୍ବତନ୍ତ୍ର ପାଠ୍ୟକ୍ରମ,ପ୍ରସବ କରାଇବେ ସେବିକା, ଓଡ଼ିଶାରେ ଦେଶର ଦ୍ବିତୀୟ ୟୁନିଟ୍।

୮-ରିଲ୍ସରେ ଜମୁଛି ପ୍ରଚାର; ଟ୍ରେଣ୍ତିଂ ଗୀତରେ ନିର୍ବାଚନ ଗୀତ ପ୍ରସ୍ତୁତ କରୁଛନ୍ତି ନେତା।

୯-ନୟାଗଡ: ମଧ୍ୟାହ୍ନ ଭୋଜନ ତଥ୍ଯ ନ ଦେବାରୁ ୧୦୪ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ।

୧୦-ବାପ ଥିଲା ପୁଅ ସଭାରେ ହାରେନା:ପୁଅ ପାଇଁ ଯୁଦ୍ଧ କ୍ଷେତ୍ରରେ ସେନାପତି ସାଜିଛନ୍ତି ବାପା, ଜିତାଇବାକୁ ଲଗେଇଛନ୍ତି ସବୁ ଶକ୍ତି।

୧୧-ଭୁବନେଶ୍ୱର:ରାତି ବଢ଼ିଲେ ବଢୁଛି ବେଆଇନ ନିଶାକାର ବାର,ନାକେଦମ୍ ହେଉଛି ପୁଲିସ୍।

୧୨-ଭୁବନେଶ୍ୱର:କିଟ୍ ଓ କିସ୍ ର ୫ ଛାତ୍ରଛାତ୍ରୀଙ୍କ ପ୍ୟାରିସ୍ ଅଲିମ୍ପିକ ଯୋଗ୍ୟତା ହାସଲ।

୧୩-ଆସନ୍ତା ୨୮ ରବିବାରରେ ନିଶ୍ଚିନ୍ତକୋଇଲି ଆସିବେ ରାହୁଲ୍ ଗାନ୍ଧୀ।

୧୪-ବୌଦ୍ଧ କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ।

୧୫-ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା, ଆରମ୍ଭ ହୋଇସାରିଛି ପ୍ରସ୍ତୁତି ପର୍ବ।

୧୬-ବ୍ରହ୍ମପୁର:ନିର୍ବାଚନ କାର୍ଯ୍ୟରେ ଅସହଯୋଗ ପଡ଼ିଲା ମହଙ୍ଗା, ୧୦ ଜଣ ଗାଡ଼ି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି।

୧୭-ମୋଦୀ ଓ ରାହୁଲଙ୍କ ପାଇଁ ନୋଟିସ । ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ବିଜେପି ଓ କଂଗ୍ରେସକୁ ନୋଟିସ୍ ପଠାଇଲେ ନିର୍ବାଚନ ଆୟୋଗ।

୧୮-ଗୁଣୁପୁର:ନିର୍ବାଚନୀ ପ୍ରଚାର କଲେ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ।

୧୯-ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ-ଅମିତ ଶାହ।

୨୦-ଅମିତ୍ ଶାହାଙ୍କ ଶାଣିତ ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଜେଡି କହିଲା, ହତାଶ ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହା ଓଡିଶା ଆସିଛନ୍ତି।

୨୧-ଟିକସଦାତାଙ୍କ ଦ୍ୱାରା ଫର୍ମ ୧୦ଏ/୧୦ଏବି ଫାଇଲ କରିବା ଶେଷ ତାରିଖ ଜୁନ୍ ୩୦ ଯାଏଁ ବୃଦ୍ଧି।

୨୨-ଆଇପିଏଲ୍:ଲଗାତାର ୬ ପରାଜୟ ପରେ ବିଜୟର ସ୍ଵାଦ ଚାଖିଲା ଆରସିବି, ହାଇଦ୍ରାବାଦକୁ ତାରି ଘରେ ଦେଲା ମାତ୍।

୨୩-ଲଣ୍ଡନରେ ରୟାଲ ମିଲିଟାରୀ ଘୋଡ଼ା ଆକ୍ରମଣରେ ୪ ଆହତ।