November 22, 2024

ସାମୁଦ୍ରିକ ମସ୍ୟଜୀବୀ ସଚେତନତା ଶିବିର …

Share

 

 

ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମର ଗୋଖରକୁଡା ମସ୍ୟ ଅବତରଣ କେନ୍ଦ୍ର ଠାରେ ସାମୁଦ୍ରିକ ମା୍ସ୍ୟଜୀବୀଙ୍କୁ ନେଇ ଏକ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରିକ୍ତ ମସ୍ୟ ଅଧିକାରୀ (ସାମୁଦ୍ରିକ )ସୁବ୍ରତ କୁମାର ପଟ୍ଟନାୟକ ଅଧକ୍ଷତା କରିଥିଲେ l ସରକାର ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଉପସ୍ଥିତ ମା୍ସ୍ୟଜୀବୀଙ୍କୁ ଅବଗତ କରାଇଥିଲେ l ମସ୍ୟ ଅଧିକାରୀ ବିଶ୍ୱଭୂଷଣ ଜେନା ଯୋଗ ଦେଇ ଓମ୍ପା ର 1982 ନିୟମ ଓ ଏହାର ପରିଚାଳନା ନେଇ ଆଲୋଚନା କରିଥିଲେ l ଏଥିସହ ମାଛ ଧରା ନିଷେଧ ସମୟରେ ଥିବl ନିୟମାବଳୀ ଉପରେ ଅବଗତ କରିଥିଲେ l ତତସଙ୍ଗେ ସାଙ୍ଗେ ନୂତନ ଡ଼ଙ୍ଗା, ଜାଲ, ଇଂଜିନ ଓ ଅନ୍ୟାନ ଅନୁଷଙ୍ଗିକ ଜିନିଷ ପାଉଛ ନା ନାହିଁ ପଚାରି ବୁଝି ଥିଲେ l ମସ୍ୟ ଅଧିକାରିଣୀ ପୂଜା ରାଣୀ ସାହୁ ବିଭାଗ ତରଫରୁ ବିବରଣୀ ଉପସ୍ଥାପନା କରିଥିଲେ l ଗୋଖରକୁଡା ସମବାୟ ସମିତି ସଭାପତି ଏନ କାଶୀ ଓ ସମ୍ପାଦକ ଡାବୁଲୁ ସୀମାଦ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l ସଚେତନତା ଶିବିରରେ ମସ୍ୟ ବିଭାଗର ଅନ୍ୟାନ କର୍ମକର୍ତାଙ୍କ ସମେତ ସାଗର ମିତ୍ର ଓ ମା୍ସ୍ୟଜୀବୀ ମାନେ ଉପସ୍ଥିତ ଥିଲେ l(ପ୍ରଦୀପ କୁମାର ପଣ୍ଡା)