April 29, 2026

ମୁକ୍ତା ଯୋଜନା ସମ୍ବନ୍ଧିତ ଦକ୍ଷତା ବିକାଶ ତାଲିମ ଶିବିର…

plk0
Share

                                                                                                                                                                                                        ବୁଗୁଡ଼ା : ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା)ର ନିର୍ଦ୍ଦେଶ କ୍ରମେ ତୃଣମୂଳ ସ୍ତରରେ ମୁକ୍ତା ଯୋଜନାର ସଫଳ ରୂପାୟନ ନିମନ୍ତେ ମିଶନ ଶକ୍ତି ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟାଗଣ ଏବଂ ପୌରସଂସ୍ଥାର ଅଧିକାରୀମାନଙ୍କ ପାଇଁ ଏକ ତାଲିମ ଶିବିର ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଏକଦିବସୀୟ ତାଲିମ ଶିବିରରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ଯାଙ୍କ ସମେତ ମାଷ୍ଟର ଟ୍ରେନର ଉଷାରାଣୀ ମହାପାତ୍ର ଓ ସସ୍ମିତା ମିଶ୍ର ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ଭାରପ୍ରାପ୍ତ କାର୍ଯନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ , ଓ୍ବାର୍ଡ ୧୩ର କାଉନସିଲର ବବ୍ରୁ ପ୍ରଧାନ , ପ୍ରୋଜେକ୍ଟ କୋଅର୍ଡିନେଟର ସର୍ବେଶ୍ଵର ବାରିକ , ସାନିଟେସନ ଏକ୍ସପର୍ଟ ମୁନା ଗୌଡ ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ସମ୍ପର୍କେ ସ୍ବ ସ୍ବ ଅଭିଭାଷଣ ରଖିଥିଲେ ।

You may have missed