April 29, 2026

ମୋହନା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଦାବୀ ଯୋର ଧରିଲା….

dpi
Share

                                                                                                                                                                                                                ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବା ନିମନ୍ତେ ଘୋଷଣା କରିଥିଲା ବେଳେ ଦୀର୍ଘ ଦିନରୁ ମୋହନା ଗ୍ରାମ ପଞ୍ଚାୟତ କୁ ଏନ ଏ ସି ଗଠନ କରିବା ନିମନ୍ତେ ଦାବୀ ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ନିରପେକ୍ଷତା ଅବଲମ୍ବନ କରିନଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ରାଜ୍ୟ ସରକାର ଙ୍କ ଦୃଷ୍ଟିକୁ ଆଣି ମୋହନା ପଞ୍ଚାୟତ କୁ ଏନ ଏ ସି ଘୋଷଣା କରିବା ନିମନ୍ତେ ଦାବୀ ରାଜ୍ୟ ସରକାରଙ୍କ ରାଜ୍ୟସଭା ସାଂସଦ ତଥା ଗଜପତି ଜିଲ୍ଲା ବା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ଓ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କୁ ସାକ୍ଷାତ କରି ଅଞ୍ଚଳର ଦାବୀ ପତ୍ର ପ୍ରଦାନ କରି ନିର୍ବାଚନ ପୂର୍ବରୁ ମୋହନା କୁ ଏନ ଏ ସି ଘୋଷଣା କରିବା ନିମନ୍ତେ ଦାବୀ କରିଛନ୍ତି। ମୋହନା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନୀତା ମଲ୍ଲିକ ଏବଂ ମୋହନା ବଣିକ ସଂଘ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ ମୋହନା ପଞ୍ଚାୟତ ନାଏବ ସରପଞ୍ଚ ରସାନନ୍ଦ ପାଣି, ପ୍ରଫୁଲ୍ଲ ଲିମା, ବୈଦ୍ୟନାଥ ସିଂ, ବିଭୁ ଚରଣ ମଲ୍ଲିକ, ଭିକାରୀ ବେହେରା, ଜୟନ୍ତୀ ପଟ୍ଟନାୟକ ଙ୍କ ସମେତ ବରିଷ୍ଟ ବିଜେଡି ନେତା ପ୍ରମୁଖ ରାଜଧାନୀ ଗସ୍ତ କରି ଅଞ୍ଚଳର ଦାବୀ ପତ୍ର ପ୍ରଦାନ କରିଛନ୍ତି। ଅଞ୍ଚଳ ବାସୀଙ୍କ ଦାବୀକୁ ସାଂସଦ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଗ୍ରହଣ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ମିଳିଥିବା ଅଞ୍ଚଳ ବାସୀଙ୍କ ଠାରୁ ପ୍ରକାଶ।

You may have missed