April 25, 2026

ସାମ୍ବାଦିକଙ୍କ ମାତୃ ବିୟୋଗ …

gyjgu
Share

ବୋଲଗଡ଼,ବୋଲଗଡ଼ ଅଞ୍ଚଳର ବରିଷ୍ଟ ସାମ୍ବାଦିକ ଗଙ୍ଗାଧର ଦାଶଙ୍କ ମାତା ଶିଶୂଳl ଦେବୀ ୭୮ ବର୍ଷ ବୟସରେ ରବିବାର ଅପରାହ୍ନ ଦିନ ଏକ ଘଣ୍ଟା ସମୟରେ ଇହଲିଳା ସମରଣ କରିଥିଲେ ।ସେ ଦୀର୍ଘ ଦୁଇ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ ।ରବିବାର ସକାଳେ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏ.ଏମ.ସକୁ ଯାଉଥିବାବେଳେ ବାଟରେ ପ୍ରାଣବାୟୁ ଚାଲିଯାଇଥିଲା । ଫିରିଫିରା ଗ୍ରାମ ବାସଭବନକୁ ଅଣାଯାଇଥିଲା । ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ଵର୍ଗଦ୍ଵାରରେ ଶବ ସତ୍କାର କରାଯାଇଛି ।ତାଙ୍କର ମଧ୍ୟମ ପୁତ୍ର ରମେଶ ଚନ୍ଦ୍ର ହୋତା ମୁଖାଗ୍ନୀ ଦେଇଥିଲେ । ମୃତୁଶଯ୍ୟl ନିକଟରେ ୩ପୁଅ ,୩ବୋହୁ ,ଝିଅ , ଜ୍ବାଇଁ , ନାତି ନାତୁଣୀଙ୍କ ସମେତ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁ ଖବର ଶୁଣି ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ପୃଥିବୀ ବଲ୍ହଭ ପଟ୍ଟନାୟକ ,ଯୁବ ନେତା ସଦାଶିବ ମହାପାତ୍ର , ବୋଲଗଡ଼ ପ୍ରେସ କ୍ଲବ ସଭାପତି ପ୍ରସନ୍ନ କୁମାର ସ୍ବାଇଁ ,ଉପାନ୍ତ ଖବର ର ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ଏବଂ କଳାଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଲିଟୁ ରାଉତରାୟ ସମେତ ବହୁ ଜନ ପ୍ରତିନିଧି ଓ ସାମ୍ବାଦିକ ମାନେ ଶେଷ ଦର୍ଶନ କରି ଶୋକ ସନ୍ତତ୍ତ ପରିବାରକୁ ସମବେଦନା ଜଣାଇଥିଲେ ।ସେ ଜଣେ ଧର୍ମପରାୟଣ,ପରୋପକାରୀ ,ସ୍ନେହୀ ଆଦର୍ଶ ବାଦୀ ମହିଳା ଥିଲେ ।

(ସୁଶାନ୍ତ କୁମାର ପ୍ରଧାନ)