April 25, 2026

ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ…

yhjguj
Share


ମୋହନା, ଗଜପତି ଜିଲ୍ଲା ମୋହନାରେ ବିଜେପି ପକ୍ଷରୁ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ ଆୟୋଜିତ ହୋଇଯାଇଛି l ସ୍ଥାନୀୟ ଶିବ ମନ୍ଦିରରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯାନ ରେ ରାଜ୍ୟ ମହିଳା ମୋର୍ଚା ସାଧାରଣ ସମ୍ପାଦିକା ତଥା ବ୍ରହ୍ମପୁର ଲୋକସଭା ସଂଯୋଜିକା ବବିତା ପାତ୍ର ଯୋଗଦେଇ ଏହି ଅଭିଯାନ ସଂମ୍ପର୍କରେ କହିଥିଲେ l କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ମହିଳା ସଶକ୍ତିକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ କହିଥିଲେ l ଏହି ଅବସରରେ ଗାଁକୁ ଚାଲ ଅଭିଜାନ କରି ପ୍ରତି ଘରକୁ ଯାଇ ମୋଦି ସରକାରଙ୍କ ଯୋଜନା ସମ୍ପର୍କରେ ଲୋକକୁ ବୁଝାଇଥିଲେ l ଏହାପରେ ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l କାର୍ଯକ୍ରମରେ ରାଜ୍ୟ ଓବିସି ମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ବରିଷ୍ଠ ନେତା ପ୍ରଶାନ୍ତ ମଲିକ,ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡନାୟକ, ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ବଶିଷ୍ଠ ନେତା ବଳରାମ ଭୂୟାଁ, ନିର୍ବାଚନ ମଣ୍ଡଳୀ ବିସ୍ତlରକ ଆଦିତ୍ୟ କହଁର, ସୁଧୀର ପାଇକ, ମନୋଜ ସାହୁ, ମହିଳା ନେତ୍ରୀ ବନ୍ଦନା ବଡମୁଣ୍ଡି ଓ କୁନି ମିଶ୍ର ପ୍ରମୁଖ ଯୋଗଦେଇଥିଲେ l