November 25, 2024

ଉଦିତ ବିଶ୍ୱଳ ଦେଓମାଳି ପର୍ବତ ଶିଖର ରେ ତ୍ରିରଙ୍ଗା ଉଡାଇଲେ…

Share

 

(ପ୍ରଦୀପ କୁମାର ପଣ୍ଡା)

ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଂଚାୟତ ର ହୁମା ଗ୍ରାମ ଚନ୍ଦ୍ରଶେଖର ସାହିର ସୁକାନ୍ତ ବିଶ୍ୱାଳ ଙ୍କ ପୁତ୍ର ଉଦିତ ବିଶ୍ୱାଳ ଦେଓମାଳି ପର୍ବତ ଆରୋହଣ କରି ଶିଖରରେ ପହଞ୍ଚିଥିଲେ l ସେଠାରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଉଡାଇଥିବା ଜଣା ପଡିଛି l ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି l ସେ 1672 ମିଟର ପର୍ବତ ଚଢି ଜଣେ ଯୁବ ପର୍ବତ ଚଢାଳି ଭାବେ ରେକର୍ଡ ସୁଷ୍ଟି କରିଛନ୍ତି l ତାଙ୍କର ଏହି ସାହାସିକତା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି l ସେ 17 ବର୍ଷ ବୟସରେ ଏହି ସଫଳତା ହାସଲ କରି ହାସଲ କରିଥିବାରୁ ଜଣେ ସର୍ବ କନିଷ୍ଟ ଯୁବକ ଭେବେ ରେ ରେକର୍ଡ ସୃଷ୍ଟି କରିପାରିଛନ୍ତି l
ସେ ବର୍ତ୍ତମାନ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି l ଏହି ସଫଳତା ପାଇଁ ତାଙ୍କୁ ଆଇ ଡ଼ବ୍ଲ୍ୟୁ ଆର ଫାଉଣ୍ଡେସନ ଜାମସେଦପୁର, ଝାଡଖଣ୍ଡ ଇଣ୍ଡିଆ ତରଫରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇଛି l