April 26, 2026

ଜୟପୁର ନଗର କଂଗ୍ରେସର ଟିପିଏସଓଡିଏଲ କାର୍ଯ୍ୟାଳୟ ଘେରାଉ…

kji
Share


କୋରାପୁଟ,ବିଦ୍ୟୁତ ବିତରଣ କମ୍ପାନୀ ଟିପିଏସଓଡିଏଲ କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ଜୟପୁର ନଗର କଂଗ୍ରେସ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛି। ଜୟପୁର ପୌରରେ ଥିବା ପ୍ରତ୍ୟେକ ବିଦ୍ୟୁତ ଗ୍ରାହକ ଟିପିଏସଓଡିଏଲ୍ କମ୍ପାନୀ ଯେଉଁ ସ୍ମାର୍ଟ ମିଟର ଲଗାଇ ନିରୀହ ଗରିବ ମଧ୍ୟବିତ୍ତ ଲୋକ ମାନଙ୍କୁ ଲୁଟିବା ପାଇଁ ଯୋଜନା କରିଛି ଏହା ଏକ ଚିନ୍ତାର ବିଷୟ ହୋଇଛି।ଏହି ସ୍ମାର୍ଟ ମିଟର ଲଗାଇବା ଫଳରେ ଘରେ ଅଧିକ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହେଉଛି ଯାହା ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ ତତ୍ ସଙ୍ଗେ ସଙ୍ଗେ ବସ୍ତି ଅଞ୍ଚଳର ଅତ୍ୟଧିକ ଗରିବ ଲୋକମାନଙ୍କୁ ଅଧିକ ହଇରାଣ କରାଯାଉଅଛି । ଯଦ୍ୱାରା ସେମାନେ ଠିକ ସମୟରେ ଦେୟ ଦେବାକୁ ଅସମର୍ଥ ହୋଇ ପଡ଼ୁଛନ୍ତି ଏବଂ ଟିପିଏସଓଡିଏଲ୍ କର୍ମଚାରୀ ଙ୍କ ଦ୍ବାରା ଲାଇନ୍ କଟା ଯାଉଛି । ଏବଂ ପୁନଃ ସଂଯୋଗ ପାଈଁ ପ୍ରଚୁର ପରିମାଣରେ ଜରିମାନା ଆଦାୟ କରାଯାଉଛି ଏହା ଏକ ନିୟମିତ ପ୍ରକିୟା ପାଲଟି ଥିବାରୁ ବିଦ୍ୟୁତ ଉପଭକ୍ତା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମିଟର ରିଡ଼ିଂ ମଧ୍ଯ ସଠିକ୍ ଭାବରେ କରାଯାଉ ନାହିଁ, ଯେଉଁଥି ପାଇଁ ବିଦ୍ୟୁତ୍ ଗ୍ରାହକଙ୍କୁ ବିଦ୍ୟୁତ୍ ଶୁଳ୍କର ଭାରି ଚାର୍ଜ ଦେବାକୁ ପଡୁଛି ଏବଂ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ଯ କେହି ଶୁଣୁ ନାହାଁନ୍ତି। କମ୍ପାନୀର ଦୁର୍ନୀତି ନିବାରଣ ବିଭାଗର ୱିଙ୍ଗର ଅଧିକାରୀ ମାନେ ବିନା ସୂଚନାରେ ବିଦ୍ୟୁତ୍ ଯାଞ୍ଚ କରିବାକୁ ଅନଧିକୃତ ଭାବରେ ଘର ଭିତରକୁ ପ୍ରବେଶ କରୁଛନ୍ତି ଯାହାଫଳରେ ମହିଳା ମାନେ ଲଜ୍ଜିତ ହେଉଛନ୍ତି ଏବଂ କାର୍ଯ୍ୟରତ କର୍ମଚାରୀ ମାନେ ଉପଭୋକ୍ତା ମାନଙ୍କୁ ବ୍ୟବହାର ମଧ୍ଯ ଠିକ ଭାବରେ କରୁନାହାଁନ୍ତି। ଏ ସବୁ କାର୍ଯ୍ୟ କଳାପ ବନ୍ଦ କରିବା ଉଚିତ୍ ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟୁତ୍ ଲାଇନ୍ ର ରକ୍ଷଣା ବେକ୍ଷଣ ସମ୍ପୂର୍ଣ ଅବହେଳିତ ଏବଂ ମନ ଇଛା ଯେତେବେଳେ ଇଛା ସେତେବେଳେ ବିଦ୍ୟୁତ୍ କାଟ ବାରମ୍ବାର ହେଉଛି ଯାହା ଫଳରେ କି କୌଣସି ଅଫିସ ରେ ଠିକ୍ ଭାବେ କାମ ହୋଇପାରୁନାହିଁ ,ଏବଂ ଛାତ୍ର ଛାତ୍ରୀଙ୍କ ପାଠ ପଢା ମଧ୍ଯ ନଷ୍ଟ ହେବାରେ ଲାଗିଛି। ଆଜିକାର ଏହି ଘେରାଉ କାର୍ଯ୍ୟକ୍ରମରେ ଜୟପୁର ପୌର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା କଂଗ୍ରେସ କୋଷାଧକ୍ଷ ନିହାର ବିଶୋଇ, ଦେବେନ୍ଦ୍ର ବାହିନୀପତୀ ଏବଂ ସହର ର ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
(କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ହରିଶ ପଟ୍ଟନାୟକ)