ବିଶ୍ବ ଓଡ଼ିଆ ସାହିତ୍ୟ ସମ୍ମିଳନୀ ନେଇ ବିଶେଷ କାର୍ଯ୍ୟକ୍ରମ….
ଅସ୍ତରଙ୍ଗ,ଭାଷା ହିଁ ଭବିସତ୍ୟ । ଯେଉଁ ରାଜ୍ୟରେ ଭାଷା ଯେତେ ଉନ୍ନତ ସେ ରାଜ୍ୟ ସେତେ ସମୃଦ୍ଧ । ତେଣୁକରି ଓଡ଼ିଆ ଭାଷାକୁ ନେଇ ସରକାର ଗ୍ରହଣ କରିଥିବା କାର୍ଯ୍ୟ ବେଶେ ପ୍ରଶଂସନୀୟ । ଓଡ଼ିଆ ଭାଷାର ବିକାଶ ଓ ପ୍ରସାର ପାଇଁ ଆଜିର ଦିନରେ ଭୁବନେଶ୍ୱର ରେ ଏକ ସମ୍ମିଳନୀ ଅନୁଷ୍ଠିତ ହେଉ ଅଛି । ଯାହା ଫଳରେ କି ଭାଷା ଯୋଗୁଁ ଆଜି ଆମ ସମାଜ ଓ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତନ ଘଟିଛି ବୋଲି , ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରୀଆନା ଗ୍ରାମପଞ୍ଚାୟତ ତରଫରୁ ଆୟୋଜିତ ଓଡ଼ିଆ ଭାଷା ସମ୍ମିଳନୀ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇ ବକ୍ତା ମାନେ ନିଜର ମତ ବ୍ୟକ୍ତ କରିଛନ୍ତି ।
ବେଳାଭୂମି ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ଶ୍ରୀ ଦୁଃଶାସନ ନାୟକ ଙ୍କ ସଭାପିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ସରପଞ୍ଚ କ୍ଷୀର କାଣ୍ଡି,ଶିକ୍ଷାବିତ୍ ପ୍ରମୋଦ କୁମାର ନାୟକ, ଚିତ୍ତରଞ୍ଜନ ବିଶ୍ଵାଳ,ବ୍ୟଙ୍ଗ କବି ସମ୍ପଦ ରଥ,ଶିକ୍ଷକ,ପ୍ରମୋଦ କୁମାର ପାଲ,ଓ ବଇଁସି ଧର ବାରିକ, ପ୍ରମୁଖ ଯୋଗ ଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେପରି ଭାବରେ ଓଡିଆଭାଷା ଓ ସାହିତ୍ୟ କୁ ବିଶ୍ୱଦରବାର ରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରି ବା ସହ,ସାକ୍ଷୀଗୋପାଳ ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ , ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ରେ ବିଶ୍ବ ଓଡ଼ିଆ ସମ୍ମିଳନୀ କରି ଓଡ଼ିଆ ଜାତିର ଟେକ ସହ, ଭାଷା ର ସୁରକ୍ଷା ନେଇ ଯେଉଁ ସଂଗ୍ରାମ ଜାରି ରଖିଛନ୍ତି ତାହାର ଭୂୟସୀ ପ୍ରଂଶଶା କରିଥିଲେ । ଭାଷା ସାହିତ୍ୟ ଉପରେ ହୋଇଥିବା ତର୍କ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ହୋଇଥିବା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳ ହୋଇଥିବା ଛାତ୍ର ଛାତ୍ରୀ,କବି କବୟିତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ଏହି କାର୍ଯ୍ୟ କ୍ରମରେ ମହିଳା ଦଳ,ଛାତ୍ର ଛାତ୍ରୀ,ପଞ୍ଚାୟତ ପ୍ରତିନିଧି ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରାମ୍ଭରେ ସମ୍ମିଳନୀ ର ଉଦ୍ଘାଟନ ଉତ୍ସବ ଟିଭି ଦ୍ଵାରା ପଦଶ୍ରିତ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା ।କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ମନୋଷିନି ଦାସ, ପଞ୍ଚାୟତ କର୍ମଚାରୀ,ଲିଯାରାଣି ବେହେରା, ହଡୁ ବିଶ୍ଵାଳ,ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)