ମୂଳ ନୀବାସୀ ଅନୁସୂଚିତ ଜାତି ସଂଘ ପକ୍ଷରୁ ବିଶାଳ ଶୋଭଯାତ୍ରା ଓ 4 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ………..
ଉମରକୋଟ – ଆଜି ଜିଲ୍ଲା ଅନୁସୂଚିତ ଜାତି ସଂଘ ପକ୍ଷରୁ ଉମରକୋଟ ଠାରେ ଏକ ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ ହେବା ସହ 4 ଦଫା ସମ୍ବଳିତ ଦାବିପତ୍ର ବିଭିନ୍ନ ସରକାରୀ ଅଧିକାରି ଙ୍କୁ ପ୍ରଦାନ କର। ଯାଇଛି। ଆଜି ନବରଙ୍ଗପୁର ଜିଲ୍ଲା ବାବା ସାହେବ ଆମ୍ବେଦକର ମଞ୍ଚ ର ସଭାପତି ଶରତ ପାଣିଗ୍ରାହୀ ଙ୍କ ନେତୃତ୍ବ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଥିଲା।ଅନୁସୂଚିତ ଜାତି ର ଜିଲ୍ଲା ସଭାପତି ଅର୍ଜୁନ ସମ୍ଅ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଉମରକୋଟ ନିର୍ବାଚନ ମଣ୍ଡଳୀ ଓ ଝରିଗାଁ ନିର୍ବାଚନ ମଣ୍ଡଳୀର ମୂଳ ନିବାସୀ ଅନୁସୂଚୀତ ଜାତି ବର୍ଗ ଲୋକଙ୍କ ହକ ଓ ଅଧିକାରକୁ ବଙ୍ଗୀୟ ଶରଣାର୍ଥୀ ମାନେ ଭୋଗ କରୁଥିବା ବେଳେ ଆମ ଲୋକ ଅବହେଳିତ ହେଉଥିବା ଅଭିଯୋଗ କରି ଉମରକୋଟ ସ୍ଥିତ ଅବସର ପ୍ରାପ୍ତ ଶିକ୍ଷକ ଭବନ ଠାରେ ମୂଳ ନୀବାସୀ ଅନୁସୂଚିତ ଜାତି ବର୍ଗର ଲୋକେ ଏକତ୍ରିତ ହୋଇଥିଲେ ଏବଂ ଏକ ଶୋଭାଯାତ୍ରା ମାଧ୍ୟମରେ ସ୍ଥାନୀୟ ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ବ୍ଲକ ବିଡ଼ିଓ ଙ୍କ ମାଧ୍ୟମରେ ରାଜ୍ୟ ପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଦିଆଯିବା ପରେ ଏକତ୍ରିତ ହୋଇଥିବା ଶତାଧିକ ମୂଳନୀବାସୀ ସଭକାର୍ଯ୍ୟ ମାଧ୍ୟମରେ ଆମ ଉପରେ ହେଉଥିବା ଅତ୍ୟାଚାର,ଶୋଷଣ ଘୃଣ୍ୟ ଏବଂ ଅଣ ଦେଖାକୁ ଆଖି ଆଗରେ ରଖି ଆମେ ସହ୍ୟ କରିବୁ ନାହିଁ ସରକାର ଯଥା ଶୀଘ୍ର ଆମର ଏହି ଦାବି ଗୁଡିକ ବିଷୟରେ ଚିନ୍ତା କରନ୍ତୁ ବୋଲି ଦାବି କରିଥିଲେ। ଉକ୍ତ ଦାବିପତ୍ର ରେ ଉଲ୍ଲେଖ କରାଯାଇଥିବା ୪ଟି ଦାବି ହେଲା ୧.ବଙ୍ଗୀୟ ଶରଣାର୍ଥୀଙ୍କୁ ଆମ ଅନୁସୂଚିତ ଜାତି ରୁ ବାଦ ଦିଆଯାଉ୨. ମୂଳ ଅନୁସୂଚିତ ଜାତିଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ଘରଡ଼ିହ ଏବଂ ଜଙ୍ଗଲଜମି ଦାଖଲର ପଟ୍ଟା ପ୍ରଦାନ କରାଯାଉ |୩. ପ୍ରକୃତ ମୂଳନୀବାସୀ ଅନୁସୂଚିତ ଜାତି ର ଜନଗଣନା କରାଯାଉ ୪.ବଙ୍ଗୀୟ ଶରଣାର୍ଥୀଙ୍କ କଳାବହି ଉଚ୍ଛେଦ ସ୍ଥଗିତ କରାଯାଉ।ଉପରୋକ୍ତ ଦାବି ଗୁଡିକ ବିଷୟରେ ଯଦି ସରକାର ବିଚାର ଯଥା ଶୀଘ୍ର ନ କରନ୍ତି ତେବେ ଜିଲା ତଥା ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବା ସହ ରାଜରାସ୍ତା କୁ ଓହ୍ଲାଇବୁ ଏଥ୍ ପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଚୁନିଲାଲ ମିର୍ଜା,ଅନୁସୂଚିତ ଜାତି ନଗର ସଭାପତି ଗଙ୍ଗାଧର କଶ୍ୟପ, କାଉନସିଲର ନିଲମ ହରିଜନ, ନେତ୍ର ହରିଜନ, ବେହେଡା ର ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ବାଗ, ଅନୁସୂଚିତ ବର୍ଗର ରାଇଘର ବ୍ଲକ ସଭାପତି ଶ୍ରୀରାମ ସୁନାନୀ, ସୁରେଶ ଭାରତୀ, ନାରାୟଣ ସୁନାନୀ, ସୁଖରାମ ସୁନାନୀ,ସମାଜର ଜିଲା ମହିଳା ସଭାନେତ୍ରୀ ମିନା ହରିଜନ,ରୂପ ହରିଜନ ଙ୍କ ବ୍ୟତୀତ ପଞ୍ଚାୟତ ସ୍ତରୀୟ ସଭାପତି ଓ ନିର୍ବାଚିତ ହୋଇଥିବା ଅନେକ ଅନୁସୂଚିତ ବର୍ଗର ୱାର୍ଡ ସଭ୍ୟ ମାନେ ଉପସ୍ଥିତ ରହିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)