October 27, 2026

ଜାମୁରଣ୍ଡା ଏସ୍ଏସ୍ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ……..

jhgui
Share

 

ଉମରକୋଟ ବ୍ଲକ ଅନ୍ତର୍ଗତ ଜାମୁରଣ୍ଡା ସରକାରୀ (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ) ବାଳିକା ଉଛ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଉଠା ଜଳସେଚନ ନିଗମ ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ପାଢୀ ଯୋଗ ଦେଇ ଥିଲା ବେଳେ ମୁଖ୍ୟ ବକ୍ତା ରୂପେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ଯୋଗ ଦେଇ ଥିଲେ । ସମ୍ମାନିତ ଅତିଥି ଭାବେ ବିଜୁ କେବିକେ ଉପଦେଷ୍ଟା ଶ୍ରୀ ସୁକଦେବ ଗଣ୍ଡ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭରତ ଚନ୍ଦ୍ର ସାହୁ ଏବଂ ସୁଶ୍ରୀ ନିବେଦିତା ବିଶ୍ଵାଳ , ଉମରକୋଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବିଧୁଭୂଷଣ ବେହେରା , ସମିତି ସଭ୍ୟ ଶ୍ରୀ ରାମସିଙ୍ଗ ପୂଜାରୀ, ଜାମୁରଣ୍ଡା ସରପଞ୍ଚ ଶ୍ରୀ ଜଗଦୀଶ ଗଣ୍ଡ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ତୃପ୍ତି ଗାଇନ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆହ୍ଲାଦିନୀ ପଟ୍ଟନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଉପସ୍ଥିତ ଅତିଥିମାନେ ଛାତ୍ରୀ ମାନଙ୍କୁ ଭଲଭାବରେ ପାଠ ପଢି କିପରି ସେମାନେ ତାଙ୍କର ଉଜ୍ଜଳ ଭବିଷ୍ୟତ ଗଠନ କରିବେ ତାହା ଉପରେ ପରାମର୍ଶ ଦେଇଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରୀ ମାନେ ଖୁବ୍ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତତ୍ ସହିତ ଅତିଥି ମାନେ ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଶ୍ରୀ ଅସିମ ହାଲଦାର ଏବଂ ଶ୍ରୀମତୀ ଅନୁଶ୍ରୀ ଗୋଲଦାର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ଶ୍ରୀ ସରୋଜ ପାଣି , ପ୍ରମୋଦ ମାଝୀ , ବିଶ୍ଵଜିତ ମିସ୍ତ୍ରୀ ,ପ୍ରତାପ ଭକ୍ତ ,ଯୋଗେନ୍ଦ୍ର ନାୟକ , ପୁଷ୍ପା ଚାଲାନ , ଲିଲିମା ସରକାର , ରୀତା ସରକାର ,ଏମ୍ ଲକ୍ଷ୍ମୀକାନ୍ତା , ସୁମିତା ନାୟକ , ତରୁବାଲା ମାଝି ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଏବଂ ସମସ୍ତ ଛାତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆହ୍ଲାଦିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed